ମନ୍ଦିର ନିର୍ମାଣ ପାଉଣା ଓ ପଟ୍ଟା ପାଇବା ଦାବିରେ ତହସିଲ ପରିସରରେ ଅନସନ

Spread the love

ହାଟଡ଼ିହି, ୨୮/୧୨ (ସନ୍ଧାନ ନିୟୁଜ) : ହାଟଡିହି ଅଞ୍ଚଳର ଜଣାଶୁଣା ଚିତ୍ରଶିଳ୍ପୀ ପଦ ତ୍ରିପାଠୀ ମନ୍ଦିର ନିର୍ମାଣ କରିଥିବା ପାଉଣା ଓ ମିଳିଥିବା ଜମିର ପଟ୍ଟା ପାଇବା ଦାବିରେ ଆଜି ତହସିଲ ପରିସରରେ ଅନସନରେ ବସିଛନ୍ତି । ସୋସୋ ଗ୍ରାମର ଏହି ପ୍ରସିଦ୍ଧ ଶିଳ୍ପୀଙ୍କ ଅଭିଯୋଗ ଅନୁଯାଇ ସେ ୧୮ବର୍ଷ ତଳେ ତହସିଲ ପରିସରରେ ହୋଇଥିବା ମନ୍ଦିରରେ ଶିଳ୍ପୀ ଭାବେ କାମ କରିଥିବାବେଳେ ତାଙ୍କୁ କୌଣସି ପାଉଣା ଦିଆଯାଇ ନଥିଲା । ସେହିଦିନ ଠାରୁ ତହସିଲ ପରିସରରେ ଥିବା ଏକ ପରିତ୍ୟକ୍ତ କ୍ୱାଟରରେ ସେ ରହି ଆସୁଥିଲେ । ଯେତେ ତହସିଲଦାର ଆସିଥିଲେ ମଧ୍ୟ କେହି ତାଙ୍କୁ କ୍ୱାଟରର ବାହାର କରିନଥିଲେ । ସେ ସେହି କ୍ୱାର୍ଟରରେ ରହି ଗାଁ ଗାଁ ବୁଲି ମୁର୍ତ୍ତୀ ତିଆରି କରନ୍ତି । କିନ୍ତୁ ଏବେ ତାଙ୍କ ଅନୁପସ୍ଥିତିରେ ସେ ରହୁଥିବା କ୍ୱାର୍ଟରଟିକୁ ଭାଙ୍ଗି ଦିଆଯାଇଛି । ସେହି ଘରେ ଥିବା ତାଙ୍କର ସମସ୍ତ ଆସବାବପତ୍ରକୁ ମଧ୍ୟ ନଷ୍ଟ କରିଦିଆଯାଇଛି । ସେହିପରି ତାଙ୍କୁ ବାସଗୃହହୀନ ପାଇଁ ମିଳିଥିବା ୪ଡିସିମିଲ ଜମିର ପଟ୍ଟା ଓ ଜମି ଚିହ୍ନଟ କରାଯାଉ ନଥିବା ପ୍ରତିବାଦକରି ସେ ଆଜିଠାରୁ ତହସିଲ ପରିସରରେ ଆମରଣ ଅନସନରେ ବସିଛନ୍ତି । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବୁଝାସୁଝା କରୁଛି ।

REport- A jena, keonjhar

Related Posts

About The Author

Add Comment