ବାରିପଦା, 19/10(ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ଓଡିଶାରେ ସନାତନ ହିନ୍ଦୁ ସଂସ୍କୃତିର ଆସ୍ଥା ଓ ବିଶ୍ବାସର କେନ୍ଦ୍ର ମନ୍ଦିରଗୁଡିକ ଦୀର୍ଘ ଦିନ ଧରି ବନ୍ଦ ପଡ଼ିରହିବା ପରେ ଏଗୁଡିକ କିପରି ଖୋଲା ହେବା ସହ ଭକ୍ତମାନଙ୍କ ସମାଗମ ଆରମ୍ଭ ହେବ ସେ ନେଇ ସରକାର ଉଦାସୀନ ମନୋଭାବ ପୋଷଣ କରୁଥିବା ବେଳେ ରାଷ୍ଟ୍ରୀୟ ମନ୍ଦିର ସେବକ ସଂଘ ଓ ଓଡ଼ିଶା ମନ୍ଦିର ସେବାୟତ ସଂଘର ମିଳିତ ଉଦ୍ୟମରେ ଅନ୍ୟ ସନାତନ ଧର୍ମର ସଂଗଠନମାନଙ୍କ ପକ୍ଷରୁ ଓଡିଶାର ସମସ୍ତ ମନ୍ଦିରଗୁଡିକ ସୁବ୍ୟବସ୍ଥିତ କରିବା ସହ ସେଠାରେ ବିଭିନ୍ନ ପ୍ରକାର ସେବାରେ ନିୟୋଜିତ ସେବକମାନଙ୍କୁ ସରକାରୀ କର୍ମଚାରୀଙ୍କ ପରି ଉଚିତ ଦରମା ଢାଞ୍ଚାରେ । ପ୍ରାପ୍ୟ ଦେବା ଦାବିରେ ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ରାଷ୍ଟ୍ରୀୟ ମନ୍ଦିର ସେବକ ସଂଘର ସଭାପତି ସୁକାନ୍ତ ପଣ୍ଡା ଯୋଗ ଦେଇ କୌଣସି ପ୍ରକାରରସେବା କାର୍ଯ୍ୟ ପାଇଁ ସରକାରଙ୍କ ଏକ ସର୍ବନିମ୍ନ ମଜୁରୀ ବ୍ୟବସ୍ଥା ଥିବା ବେଳେ ମନ୍ଦିରମାନଙ୍କରେ କାର୍ଯ୍ୟରତ ସେବକମାନଙ୍କ ସକାଶେ ତାହା କାହିକ ଲାଗୁ କରାଯାଉ ନ ଥିବା ନେଇ ସରକାରଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି । ଓଡିଶା ମନ୍ଦିର ସେବକ ସଂଘର ସଭାପତି କାମେଶ୍ଵର ତ୍ରିପାଠୀ ମଧ୍ୟ ଦେବୋତ୍ତର ବିଭାଗ କେବଳ ମନ୍ଦିର ସମ୍ପତ୍ତି ଉପରେ କବ୍ଜା କରି ବସିଥିବା ବେଳେ ମନ୍ଦିର କାର୍ଯ୍ୟରେ କାର୍ଯ୍ୟରତ ସେବକମାନଙ୍କ ପ୍ରତି ତାଙ୍କର କ’ଣ ଦାୟିତ୍ବ ରହିଥିବା ସଂପର୍କରେ ସୃଷ୍ଟ କରିବାକୁ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶାର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଆଦିତ୍ୟବାହିନୀ, ରାଷ୍ଟ୍ରୀୟ ମନ୍ଦିର ସେବକ ସଂଘ, ବ୍ରଜରଙ୍ଗ ଦଳ, ଓଡ଼ିଶା ବ୍ରାହ୍ମଣ ସମିତି, ରୁଦ୍ରସେନା, ବିଶ୍ବହିନ୍ଦୁ ପରିଷଦ, ଓଡିଶା ଗୋ’ସୁରକ୍ଷା ସମିତି, ଅଖୁଳ ଭାରତୀୟ ବ୍ରାହ୍ମଣ କଲ୍ୟାଣ ସଂସ୍ଥାନ, କୋଶଳ ବ୍ରାହ୍ମଣ ପରିବାର, ଜଗନ୍ନାଥ ସେନା, ଇଣ୍ଡିଆନ ବ୍ରାହ୍ମଣ ଫେଡେରେସନ, ଓଡିଶା ବୈଦିକ ସମାଜ ପ୍ରମୁଖର ପ୍ରତିନିଧମାନେ ଯୋଗ ଦେଇଥିଲେ । ଏହି ଅବସରରେ ମଧ୍ୟ ସରକାରଙ୍କୁ ସେମାନଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇ କୁହାଯାଇଛି ଯେ ବିଗତ ଦିନମାନଙ୍କରେ ସରକାରଙ୍କଠାରେ ବାରମ୍ବାର ଦାବି ଜଣାଇ ଆସୁଥିଲେ ସୁଦ୍ଧା ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲାଗଲା ନାହିଁ କି ସେବାୟତ ମାନଙ୍କୁ ସହାୟତା ମଧ୍ୟ ମିଳିଲା ନାହିଁ । ଏଣୁ ଆଗାମୀ ୭ ଦିନ ମଧ୍ୟରେ ଏଦିଗରେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଗଲେ ଓଡ଼ିଶାର ଲକ୍ଷା ଭକ୍ତ, ସେବାୟତ, ବ୍ରାହ୍ମଣ ପ୍ରମୁଖ ରାଜରାସ୍ତାକୁ ଓହ୍ଲାଇ ଚରମ ପ୍ରତିବାଦର ଆନ୍ଦୋଳନ ପନ୍ଥା ଅବଲନ କରିବେ ବୋଲି ଦୃଢ଼ ସ୍ବରରେ ଘୋଷଣା କରାଯାଇଛି ।