ମାଣତ୍ରୀ,୧୦/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା): ତୁରନ୍ତ ମଠ ମନ୍ଦି ଖୋଲ । କରୋନା କଟକଣା ମଧ୍ୟରେ ଏହାକୁ ଖୋଲିବାକୁ ଅନୁମତି ଦିଅନ୍ତୁ ସରକାର । ମନ୍ଦିରମାନଙ୍କରେ ସେବାୟତ ପଦ ପୂରଣ ହେଉ । ସେବାୟତମାନଙ୍କୁ ମାସିକ ଭତ୍ତା ଦିଆଯାଉ । ସେବାୟତ ଅବସର ପରେ ଏବଂ ପୂର୍ବରୁ ମୃତ୍ୟୁବରଣ କଲେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଦିଆଯାଉ । ଏଭଳି ୮ ଦଫା ଦାବି ପୂରଣ ପାଇଁ ହରିହର କ୍ଷେତ୍ର ବାବା କଖାରୁ ଆ ବୈଦ୍ୟନାଥ ମନ୍ଦିର ସମ୍ମୁଖରେ ସେବାୟତ ମାନେ ଧାରଣାରେ ବସି ଥିଲେ । ଦାବି ପୂରଣ ନ ହେବା ଯାଏଁ ପ୍ରତିଦିନ ସକାଳ ୯ଟାରୁ ୧୨ ଟା ଯାଏଁ ଧାରଣା ଦିଆଯିବ ବୋଲି ସେବାୟତମାନେ ଖୋଲାଖୋଲି ଧମକ ଦେଇଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ଏହି ଧାରଣାରେ ସେବାୟତ ଜୟନ୍ତ କୁମାର ପଣ୍ଡା, ସତ୍ୟମ ରଞ୍ଜନ ପଣ୍ଡା, ପଙ୍କଜିନୀ ପଣ୍ଡା, ଆତ୍ମଜିତ ଦାଶ, ଈଶ୍ୱର ଚନ୍ଦ୍ର ପତି, ଦେବାନନ୍ଦ ପଣ୍ଡା, ହରି ହର ପାତ୍ର, ଜୁ ଗିଆ ଖଟୁଆ, ବୈଦ୍ୟନାଥ କର, ଭଗବାନ ପତି, ଟୁରୁ କା ସରାଳ, ପୁରୁଷୋତ୍ତମ ଦାଶ, ରଘୁ ନାଥ ଦାଶ, ଜ୍ଞାନରଞ୍ଜନ ନାଏକ, ମନଦୀପ ପାତ୍ର, ମକରା ବେହେରା, କାତି ବେହେରା, ଲକ୍ଷ୍ମୀଧର ସେଠୀ, ରବି ଦେହୁରୀ, ସୁବଦ କୁମାର ପତି, ଚିତ୍ତରଞ୍ଜନ ନାଏକ ପ୍ରମୁଖ ସାମିଲ ହୋଇଥିଲେ । ଉକ୍ତ ଦାବି ବାଦ୍ ଇପିଏଫ୍ ଫଣ୍ଡରେ ସେବାୟତଙ୍କୁ ସାମିଲ କରିବା, ସେବାୟତଙ୍କ ମଧ୍ୟରେ ସମାନ ଭାବେ ଜମି ବଣ୍ଟନ, ଲକ୍ ଡାଉନ୍ ସଡାଉନ୍ ସମୟରେ କେତେକ ସେବାୟତଙ୍କୁ ଆର୍ଥିକ ସହାୟତା ମିଳିଥିବା ବେଳେ ଅନ୍ୟମାନଙ୍କୁ ମଧ୍ୟ ଉକ୍ତ ସହାୟତା ଦେବା, ସରକାରୀ ଜମି ଖାତାକୁ ଚାଲିଯାଇଥିବା ମଠ, ମନ୍ଦିର ଜମିର ପୁନଃ ଉଦ୍ଧାର ପାଇଁ ସେବାୟତମାନେ ଦୃଢ଼ ଦାବି କରିଛନ୍ତି । ସୂଚନାଯୋଗ୍ୟ କି, ବିଶ୍ଵ ମହାମାରୀ କରୋନା ପାଇଁ ସରକାର ଗତ ମାର୍ଚ୍ଚ ୨୦ ତାରିଖରୁ ସାରାଦେଶରେ ଧର୍ମାନୁଷ୍ଠାନମାନଙ୍କରେ ଭକ୍ତଙ୍କ ପ୍ରବେଶ ନିଷେଧ ଜାରି କରିଥିଲେ । ସର୍ବୋଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶକ୍ରମେ ଗତ ଜୁନ୍ ୮ ତାରିଖରୁ ଦେଶରେ ଧର୍ମାନୁଷ୍ଠାନ ଖୋଲାଯାଇଛି । ମାତ୍ର ଆମ ରାଜ୍ୟରେ ଥିବା ମନ୍ଦିରଗୁଡ଼ିକ ଏ ପର୍ଯ୍ୟନ୍ତ ବନ୍ଦ ଥିବାବ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ଦିର ଖୋଲିବା ପାଇଁ ସେବାୟତ ମାଣ ଉଚ୍ଚ ନ୍ୟାୟଳୟରେ ନିବେଦନ କରି ପରେ କଟକଣା ମଧ୍ୟରେ ମନ୍ଦିର ଖୋଲିବା ସରକାରଙ୍କୁ ପରାମର୍ଶ ଦେଇଥିଲେ । ଅଟ ୨୮ ତାରିଖରେ ସେବାୟତମାନେ ଦେବୋର ଆୟୁକ୍ତ ଓ ଆଇନ ମନ୍ତ୍ରୀଙ୍କୁ ଭେଟି ୮ ସମ୍ବଳିତ ଦାବିପତ୍ର ପ୍ରଦାନ କରିବା ସହ ମଳି ଖୋଲିବାକୁ ନିବେଦନ କରିଥିଲେ । ମାତ୍ର ଦିଗରେ କୌଣସି ପଦକ୍ଷେପ ନିଆଯାଇ ନ ରାଜ୍ୟ ସରକାର ସେବାୟତଙ୍କ ପ୍ରତି କିଛି କରିନାହାନ୍ତି କି ସୁବିଧା ବି ଦେଇନାହାନ୍ତି । ଏ ୬ ମାସ ହେଲା ସେବାୟତମାନେ ଅସୁବିଧା ପରିବାର ଚଳାଉଛନ୍ତି । ସରକାରୀ ଅଫି ଯାନବାହନ, ମଦ ଦେକାନ, ପର୍ଯ୍ୟଟନ କୋଣାର୍କର ସୂର୍ଯ୍ୟ ମନ୍ଦିର ଖୋଲି ବା ସରକାର ଅନୁମତି ଦେଇଛନ୍ତି । ଏଣୁ ଧର୍ମାନ ଖୋଲିବା ପାଇଁ ସରକାର ତୁରନ୍ତ ଅନୁମତି ବା ବୋଲି ସେବାୟତମାନେ ଦୃଢ଼ ଦାବି କରିଥିଲେ ।
ମନ୍ଦିର ଆଗରେ ସେବାୟତଙ୍କ ଧାରଣା
|
September 10, 2020 |



