ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର

Spread the love

ବାରିପଦା, ୦୮.୦୨.୨୦୨୧(ସନ୍ଧାନ ନିଉଜ୍):- ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ  ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର। ବୋରିଗୁମ୍ମା ଥାନା ଛତରଲା ନିକଟରେ  ଏହି ଦୁର୍ଘଟଣା ଘଟିଛି। ମନ୍ତ୍ରୀଙ୍କ ଗାଡି ସହ ଏକ ପଲସର ଗାଡି ଧକ୍କା ହୋଇଛି। ଗୁରୁତର ଅବସ୍ଥାରେ ବାଇକ ଚାଳକଙ୍କୁ ବୋରିକୁମ୍ମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ମନ୍ତ୍ରୀଙ୍କୁ କୌଣସି ଆଘାତ ଲାଗି ନାହିଁ। ମନ୍ତ୍ରୀ  ହସ୍ପିଟାଲରେ ପହଞ୍ଚି ଗୁରୁତରଙ୍କୁ  ଭେଟିଛନ୍ତି। ସେପଟେ ବୋରିଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।   ଏ ପର୍ଯ୍ୟନ୍ତ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ। ଦୁର୍ଘଟଣାରେ ଗୁରୁତର ବାଇକ ଚାଳକଙ୍କ ପରିଚୟ ମଧ୍ୟ ମିଳି ନାହିଁ।

Related Posts

About The Author

Add Comment