ମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିରୋଧ ସମୟରେ ଚାଷିଙ୍କ ଉପରେ ମାଡିଗଲା ଗାଡି ୨ ଜଣଙ୍କ ମୃତ୍ୟୁ ୮ ଆହତ

Spread the love

ନୁଆଦିଲ୍ଲୀ, (ସନ୍ଧାନ ନିଉଜ) : ଉତ୍ତରପ୍ରଦେଶର ଲାଖୀପୁର ଖେରୀ ଜିଲ୍ଲାରେ ଉପ-ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ଗସ୍ତକୁ ନେଇ ଆଜି ସକାଳେ କୃଷକମାନେ ବିରୋଧ ପ୍ରଦର୍ଶନ କରିଥିଲେ। ତେବେ ଏହି ବିରୋଧ ସମୟରେ କୃଷକ ସଂଗଠନ କହିଛି ଯେ ବିରୋଧକାରୀଙ୍କ ଉପରେ ଦୁଇଜଣ କେନ୍ଦ୍ର ମନ୍ତ୍ରୀଙ୍କ କନଭେନରେ ଏକ ଗାଡି ଚଲାଇଥିବାର ଅଭିଯୋଗ ହୋଇଛି।

ଉକ୍ତ ଅଞ୍ଚଳର ଭିଜୁଆଲରେ ଦର୍ଶାଯାଇଛି ଯେ ଜଣେ ବ୍ୟକ୍ତି ତଳେ ପଡ଼ିଥିବାର ଦେଖାଯାଏ। ପରେ ଏହି ଅଞ୍ଚଳରେ ପୋଲିସର ଭାରି ମୁତୟନ କରାଯାଇଛି । ଏହି ସମୟରେ ଆଠ ଜଣ କୃଷକ ଆହତ ହୋଇଥିବା କୃଷକ ସଂଗଠନ ଦାବି କରିଛି।

ଉତ୍ତରପ୍ରଦେଶର ଲାଖିମପୁର ଖେରୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିରୋଧ କରି ମନ୍ତ୍ରୀଙ୍କ କନଭେନର ଗାଡି ରାସ୍ତା

କଡରେ ଠିଆ ହୋଇଥିବା ଚାଷୀଙ୍କ ଉପରେ ଚଢିଯିବା ପରେ ୨ କୃଷକଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ କୃଷକ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ସଯଂକ୍ତ କିଶାନ ମୋର୍ଚ୍ଚା ଟୁଇଟ୍ କରିଛି । ତେବେ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ମୃତ୍ୟୁ କିମ୍ବା ଆଘାତର କୌଣସି ସୂଚନା ଦିଆଯାଇ ନାହିଁ ।

Related Posts

About The Author

Add Comment