ମନରୋଗା କାମରେ ମାହା ଦୁର୍ନିତୀ , ତଦନ୍ତ କଲେ ଲୋକପାଲ

Spread the love

ନୂଆପଡା-୩୦/ ୬ (ସନ୍ଧାନ ନିୟୁଜ)-ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ନେହେନା ଗ୍ରାମ ପଞ୍ଚାୟତରେ ଏମଜିଏନଆରଇଜିଏସ ଯୋଜନାରେ ବ୍ୟାପକ ଅନ୍ୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହି ଯୋଜନାରେ ପୋକରିରେ ମାଟି ଖନନ ସହ ଜମି ମରାମାତି କାମ କରିଥିବା ଶ୍ରମିକ ମାନଙ୍କୁ ଦିର୍ଘ ୨ ବର୍ଷ ହେବ ମଜୁରି ଟଙ୍କା ମିଳିନ ଥିବା ଅଭିଯୋଗ ହୋଇଛି । ଶ୍ରମିକ ମାନେ ମଜୁରି ଟଙ୍କ ପାଇବା ପାଇଁ ସ୍ଥାନି ସରପଞ୍ଚ ଠାରୁ ନେଇ ଖଡିଆଳ ବିଡିଓ ଙ୍କୁ ମଧ୍ୟ ଜଣାଇଥିଲେ ହେ କୈଣସି ସୁଫଳ ମିଳିପାରି ନାହି । ଗତ ୨୦୧୬-୧୭ ବର୍ଷରେ ଏମଜିଏନଆରଇଜିଏସ ଯୋଜନାରେ ଖଡିଆଳ ବ୍ଲକ ନେହେନା ଗ୍ରାମ ପଞ୍ଚାୟତ ର ଚିଚେର ଗାଁ ର ମହାବନ୍ଦ ରେ ୫ ଲକ୍ଷ ଟଙ୍କାର ମାଟି ଖନନ କାମ ହୋଇଥିଲା । ଏହି ମାଟି କାମରେ ଚିଚେର ଗ୍ରାମର ଶତାଧିକ ପୁରଷ ଓ ମହିଳା ଶ୍ରମିକମାନେ ମାଟି ଖନନ ଓ ମାଟି ବୋହିବା କାମରେ ନିୟୋଜିତ ହୋଇଥିଲେ । ହେଲେ ଦିର୍ଘ ୨ ବର୍ଷ ବିତିଯାଇଥିଲେ ହେ ମଜୁରି ଟଙ୍କା ଏ ଯାଏ ମିଳି ନ ଥିବା ଅଭିଯୋଗ କରିଛନ୍ତି । ସେହିଭଳି ନେହେନା ଗାଁ ର ଦଶେରି ବନ୍ଧରେ ମଧ୍ୟ ମାଟି ଖନାନ କରିଥିବା ଶ୍ରମିକ ମାନଙ୍କୁ ଦିର୍ଘ ୨ ବର୍ଷ ହେଲା ମଜୁରି ଟଙ୍କ ମିଳି ନ ଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି ।  ଏପରି କି ଏହି ଗ୍ରାମ ପଞ୍ଚାୟତ ର ଅଧିନରେ ୬୪ ଜଣ ହିତାଧିକାରି ଜମି ମରାମତୀ କାମ କରିଥିବା ଚାଷି ମାନଙ୍କୁ ମଜୁରି ଟଙ୍କ ମିଳି ନ ଥିବା ଅଭିଯୋଗ କରିଛନ୍ତି । ମଜୁରି ଟଙ୍କ ପାଇବା ପାଇଁ ଶ୍ରମିକ ମାନେ ବାରମ୍ବାର ସ୍ଥାନିୟ ସରପଞ୍ଚ ଠାରୁ ଆରମ୍ଭ କରି କନିଷ୍ଟ ଯନ୍ତ୍ରୀ ଓ ଖଡିଆଳ ବିଡିଓ ଙ୍କୁ ଲିଖିତ ଭାବେ ଜଣାଇ ଆସୁଛନ୍ତି । ହେଲେ ପ୍ରଶାସନ କୈଣସି ପଦଖେପ ଗ୍ରହଣ କରି ନ ଥିବାରୁ ଶ୍ରମିକ ମାନଙ୍କ ମଧ୍ୟରେ ତିବ୍ର ଅଶୋନ୍ତୋଷ ସହ ଖଡିଆଳ କାର୍ଯାଳୟ କୁ ଘେରାଓ କରିଥିଲେ ।  ଏହାପରେ ନୂଆପଡା ଜିଲ୍ଲା ମନୋରେଗା ଯୋଜନାର ଲୋକପାଲ ( ଆମ୍ବୁଡ୍ସମ୍ୟାନ) ଆର ବିଜୟ ରାଜ ନେହେନା ଗ୍ରାମ ପଞ୍ଚାୟତ କୁ ଯାଇ ସରଜମିନ ତଦନ୍ତ କରିଛନ୍ତି । ହେଲେ ତଦନ୍ତ ବେଳେ ବିଭାଗିୟ ଅଧିକାରି ମାନେ ସମସ୍ତ କାମର ଫାଇଲ ଦେଖାଇ ପାରି ନ ଥିବାରୁ  ଲୋକପାଲ କ୍ଷୁଦ୍ଧ ହୋଇଥିଲେ । ପରେ ଚିଚେର ଗାଁ କୁ ଯାଇ ମହାବନ୍ଧ ରେ ମାଟିକାମ କରିଥିବା ଶ୍ରମିକ ମାନଙ୍କୁ ଭେଟି ଅଭିଯୋଗ ସମ୍ପର୍କରେ ବୁଝିଥିଲେ । ନେହେନା ଗ୍ରାମର ଦସେରି ବନ୍ଧରେ ମାଟି ଖନନ କାମ କରିଥିବା ଶ୍ରମିକ ମାନଙ୍କୁ ୭୪ ହଜାର ୬୫୦ ଟଙ୍କା ଦିର୍ଘ ୨ ବର୍ଷ ହେଲା ମଜୁରି ଟଙ୍କ ମିଳି ନ ଥିବାବେଳେ ଗ୍ରାମ ପଞ୍ଚାୟତର ଅଧିନରେ ୬୪ ଜଣ ହିତାଧିକାରି ଚାଷି ମାନଙ୍କୁ ଜମି ମରାମତି କାମରେ ମୋଟ ୭ ଲକ୍ଷ ୯୫ ଜଜାର ୮୧୭ ଟଙ୍କା ମଜୁରି ମିଳି ନ ଥିବା ତଦନ୍ତରୁ  ଜଣାପଡିଥିଲା ।  ତଦନ୍ତ ପରେ ଏହାର ସତ୍ୟସତ୍ୟ ଜାଣିବା ପରେ ଆଗମି ୧୫ ଦିନ ମଧ୍ୟରେ ଶ୍ରମିକ ମାନଙ୍କୁ ମଜୁରି ଟଙ୍କା ଯୋଗାଇ ଦେବାକୁ ବିଭାଗିୟ କର୍ମଚାରି ମାନଙ୍କୁ ନିଦେ୍ର୍ଦସ ଦେଇଛନ୍ତି  ନଚେତ ବିଭାଗିୟ କର୍ମଚାରି ଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଟା ନେବାକୁ ଲୋକପାଲ ଆର ବିଜୟରାଜ ଚେତାବି ଦେଇଛନ୍ତି ।

 

Related Posts

About The Author

Add Comment