ବାରିପଦା, ୦୭/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା)- ଯଶିପୁର ବ୍ଲକର ମନରେଗା ମହାଦୁର୍ନୀତି ନେଇ ସନ୍ଧାନ ଖବରକାଗଜରେ ବାରମ୍ବାର ପ୍ରକାଶ ପାଇବାରୁ ଯଶିପୁର ଥାନା ରେ କେସ୍ ନଂ ୯୦/୨୦ ମାମଲା ରୁଜୁ ହେଲା ପରେ ଥାନା ଆଇଆଇସି ଅଭିଯୁକ୍ତଙ୍କୁ ଧରିବାକୁ ତଦନ୍ତ କରୀ ଅଧିକାରୀ ଇଂଦନ ସେଠୀଙ୍କ ନେତୃତ୍ୱରେ ଚତଉ ଓ ଗିରଫଦାରୀ ଅଭିଯାନକୁ ବ୍ୟାପକ କରାଯାଇଛି। ଏହି ଦୁର୍ନୀତିରେ ସଂଯୁକ୍ତ ବରେହିପାଣି ପଞ୍ଚାୟତର ପୂର୍ବତନ ନିର୍ବାହୀ ଅଧିକାରୀ ବେଣୁଧର ନାୟକ ଙ୍କୁ ଗିରଫ କରାଯାଇ କରଂଜିଆ କୋର୍ଟ ଚାଲାଣ କରାଯାଇଛି। ଅନ୍ୟଜଣେ ଅଭୀଯୁକ୍ତ ଭେଣ୍ଡର ଗୁରୁଚରଣ ସାହୁଙ୍କୁ ଗିରଫ କରିବା ପାଇଁ ଦୁଇଦିନ ଧରି ପୋଲିସ ବ୍ୟାପକ ଅଭୀଯାନ ଚଲାଇଛି।ଗତକାଲି ସଂଧ୍ୟାରେ ସେ ବଜାର ଇଲାକାରେ ଥିବା କୋଠାଘରେ ରହଥିବା ଖବରପାଇ ଆଇଆଇସି ଶ୍ରୀ ସେଠୀଙ୍କ ନେତୃତ୍ୱରେ ସବ୍ ଇନ୍ସପେକ୍ଟର ପାର୍ବତୀ ମଲ୍ଲିକ,ଏସଆଇ ଓ କେ ବେହେରା ଓ ପୋଲିସ ଟିମ୍ ମିଳିତ ଚତାଉ କରିଥିଲା।ପରିବାର ସଦସ୍ୟ ଘରେ ପ୍ରବେଶ ପାଇଁ ଗେଟ ତାଲା ନ ଖଲିବାରୁ ପୋଲିସ ବାଧ୍ୟହୋଇ ରାତିସାରା ଘରସମ୍ମୁଖରେ ପହରା ଦେଇ ଜଗି ରହିଥିଲା ଆଜି ପୂର୍ବାହଣରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଟିମ୍ ଘରେ ପ୍ରବେଶ କରି ଖାନ ତଲାସ୍ କରିଥିଲେ। ମାତ୍ର ଅଭିଯୁକ୍ତଙ୍କ ସନ୍ଧାନ ମିଳିନଥିଲା। ତେବେ ଚତଉ ଆହୁରି ବ୍ୟାପକ କରାଯିବ ଓ ସମସ୍ତ ଙ୍କୁ ଖୁବଶିଘ୍ର ଧରାଯିବ ବୋଲି ଆଇଆଇସି ଶ୍ରୀ ସେଠୀ ସୂଚନା ଦେଇଛନ୍ତି। ସେପଟେ ଯଶିପୁର ବିଧାୟକ ଗଣେଶରାମ ସିଂ ଖୁଣ୍ଡିଆ ତାଙ୍କ ଦ୍ବାରା କିଛି ମାସ୍ ତଳେ ନିଯୁକ୍ତ ବ୍ଲକ୍ ପ୍ରତିନିଧି ଗୁରୁଚରଣ ସାହୁଙ୍କୁ ଆଜି ପଦରୁ ହଟେଇ ଦେଇଛନ୍ତି। ଜିଲ୍ଲା, ଉପଖଣ୍ଡ ଓ ବ୍ଲକ୍ ସ୍ତରୀୟ ସରକାରୀ ପଦାଧିକାରୀ ଙ୍କୁ ଦେଇଥିବା ପତ୍ର ମାଧ୍ୟମରେ ବିଧାୟକ ଜଣାଇଛନ୍ତି,ଯେ ବ୍ୟକ୍ତିଗତ କାରଣରୁ ସେ ଶ୍ରୀ ସାହୁଙ୍କୁ ପଦରୁ ହଟାଇଲେ ରତି।ତେବେ ଅସଲରେ ଶ୍ରୀ ସାହୁଙ୍କ ନାଁ ଯଶିପୁର ବ୍ଲକ୍ ର ବହୁଚର୍ଚ୍ଚିତ ମନରେଗା ଦୁର୍ନୀତିରେ ଜଡିତ ଥିବାରୁ ଏହି ପଦକ୍ଷେପ ନେଇଥିବା (ଚର୍ଚ୍ଚା) ହେଉଛି।
ମନରେଗା ମହାଦୁର୍ନୀତି ମାମଲା; ମାମଲା ରୁଜୁ ହେଲା
|
July 7, 2020 |
![](https://sandhannews.com/wp-content/uploads/2020/07/mgnrega.jpg)