ମନରେଗା ଦୁର୍ନୀତି ଅଭିଯୋଗ ୩ ସରଞ୍ଚପଙ୍କ ପଦ ରଦ୍ଧ; ୩ ପିଇଓ ନିଲମ୍ବିତ

Spread the love

ବାରିପଦା,୧୪.୦୭.୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);-ଯଶିପୁର ବ୍ଲକ ମନରେଗା ଯୋଜନାରେ ୨୦୧୮-୧୯ ଆର୍ଥକ ବର୍ଷରେ ୪ଟି ପଞ୍ଚାୟତରେ ମୋଟ ୩ କୋଟି ୨୧ଲକ୍ଷ ଟଙ୍କାର ରାସ୍ତାଘାଟ,କଲଭର୍ଟ ଖେଳ ପଡିଅ,ଚେକ୍ ଡ୍ୟାମ୍ ଆଦି ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଇ ସରକାରୀ ଅର୍ଥକୁ ହରିଲୁଟ୍ ହେବାର ଅଭିଯୋଗକରି ସନ୍ଧାନ ଖବର କାଗଜରେ ବାରମ୍ବାର ପ୍ରକାଶ ପାଉଥିବା ଫଳରେ ମୟୁରଭଞ୍ଜ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ପକ୍ଷରୁ ତଦନ୍ତ କରି ଅନିୟମିତ ହୋଇଥିବା ଜାଣି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ ନିଦେ୍ଦର୍ଶ କ୍ରମେ ବିଡିଓ ଅନୁପମ ଘୋଷ ଥାନାରେ ୨୫ଜଣଙ୍କ ନାମରେ ଏତଲା ଦେଇଥିଲେ । କେସ୍ ନଂ-୯୦/୨୦ ଅନୁଯାୟୀ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ଅନ୍ୟପଟେ ଜିଲ୍ଲାପାଳଙ୍କ ଚିଠି ନଂ ୬୨୭୭/୨୦ ଅନୁସାରେ ବରେହି ପାଣି ସରପଞ୍ଚ ଜୁଝେର ବାନ ସିଂ ,ଗୁଡୁଗୁଡିଆ ସରପଞ୍ଚ ମଟାରାମହା , ଧଳାବଣି ସରପଞ୍ଚ ସବିତା ନାୟକ ବେଆଇନ ଭାବେ କ୍ଷମତାର ଅପବ୍ୟବହାର କରିଥିବାରୁ ଅର୍ଥିକ କ୍ଷମତା ପ୍ରତ୍ୟାହାର କରାଯିବା ସହ ବିଡିଓକୁ ସରପଞ୍ଚ ଦାୟିତ୍ୱ ତୁଲାଇବାକୁ ନିଦେ୍ଦର୍ଶ ମିଳିଛି । ପୁଣି ଜିଲ୍ଲାପାଳଙ୍କ ଚିଠି ନଂ-୫୯୮୭/୨୦ ମତେ ଦୁର୍ନୀତିରେ ଲିପ୍ତଥିବା ସହକାରୀ ଯନ୍ତ୍ରୀ ରାଜେଶ ପାତ୍ର ଓ ଜିପିଟିଏ ଦିବ୍ୟ ଲୋଚନ ନାୟକଙ୍କୁ ନିଲମ୍ବନ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି ।

Related Posts

About The Author

Add Comment