ସୁନ୍ଦରଗଡ ୧୮/୯/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ) ଆଜି ହେମଗିର ଅନ୍ତର୍ଗତ ବସୁନ୍ଧରା ଏମସିଏଲ ମୁଖ୍ୟ କାର୍ଯ୍ୟାଳୟ ବିସ୍ଥାପିତ ଗ୍ରାମବାସୀ ଘେରାଉ କରିଥିବାର ଜଣାପଡିଛି । ବିସ୍ଥାପିତଙ୍ଅଞ୍ଚଳର ନେତା ରାଜେନ୍ଦ୍ର ନାଏକଙ୍କ ପ୍ରଚେଷ୍ଟାରେ ୧୪ଗୋଟି ଗ୍ରାମର ଗ୍ରାମବାସୀ ଏମସିଏଲର ବିର୍କଢ଼ ନୀତି ମନୋଭାବ ଯୋଗୁଁ କୋଲଡ଼ ମାଇନ୍ସର ଆଇନ ଅନୁଯାଇ କୋଟର ଆଦେଶ ଥାଇ ୧୧,ବର୍ଷ
ପରେ ମଧ୍ୟ ବିସ୍ଥାପିତ ମାନେ ନ୍ୟାୟ ଅଧିକାରରୁ ବଞ୍ଚିତ ଅଛନ୍ତି । ଉକ୍ତ ବିସ୍ଥାପିତମାନେ ନିଜ ଭିଟାମାଟି ହେଉଥିବାରୁ ତାଙ୍କ ଧର୍ଯ୍ୟ ର ସୀମା ଟପିଯିବାରୁ ଆଜି ସମସ୍ତେ ୧୧ଦଫା ଦାବି ନେଇ ରାଲି କରିବା ସହ ଜିଏମ ଅଫିସ ଘେରାଉ କରିଥିଲେ । ଏମସିଏଲ
କତ୍ତୃପକ୍ଷ ପାଖରେ କ୍ଷମତା ଥାଇ ମଧ୍ୟ ବିଳମ୍ବ ହେବାରୁ ରତନସରା ଓ କିରିପସିରା ର ସମସ୍ତ ୧୮ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଯୋଗ୍ୟତା
ଅନୁଯାଇ ନିଯୁକ୍ତି ଦେବା, ବାକି ରହିଥିବା ଥଇଥାନର କ୍ଷତି ପୂରଣ, ବିସ୍ଥାପିତ ପୂର୍ବରୁ ୧୦ଡିସମିଲ ପଟ୍ଟା, ବିସ୍ଥାପିତ ଥଇଥାନ ଅଞ୍ଚଲରେ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରାଯାଉ ଏହିପରି ୧୧ଗୋଟି ଦାବି ମହାପ୍ରବନ୍ଧକ ସଞ୍ଜୟ ଝାଙ୍କୁ ଦାବି ପ୍ରଦାନ
କରିବା ସହ ଏହା ଗୋଟିଏ ମାସରେ କାର୍ଯ୍ୟକାରୀ ନ ହେଲେ ଖଣି ବନ୍ଦ ଆନ୍ଦୋଳନ କରାଯିବ ବୋଲି ବିସ୍ଥାପିତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
ମନମୁଖୀ କାର୍ଯ୍ୟ ଉଦେଶ୍ୟରେ ଏମସିଏଲ ମୁଖ୍ୟ କାର୍ଯାଳୟ ଘେରାଉ
|
September 19, 2021 |