ମନବାଂଚା ପୂର୍ଣ୍ଣ କରୁଛି ବଡବାଲିକୁଦର ବାଂଚାନିମି ମଠ
ମନବାଂଚା ପୂର୍ଣ୍ଣ କରୁଛି ବଡବାଲିକୁଦର ବାଂଚାନିମି ମଠ
Manas Kumar Rout |
February 11, 2020 |
ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ବାଂଚାନିମି ମଠ । ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂର୍ଣ୍ଣ କରୁଥିବାରୁ ବଂଚାନିମି ମଠରେ ନାମରେ ପ୍ରସିଦ୍ଧ କରିଛି । କାହଁ କେତେ ବର୍ଷରୁ ଜୌନିକ ସାଧୁ ଏଠାରେ ବାସ କରିଥିଲେ । ଏଠାରେ ରହିଥିବା ନିମଗଛ ମୂଳରେ ପ୍ରତିଦିନ ଜପ କରିବା ଲାଗିପଡିଥିଲେ । ଧିରେ ଧିରେ ଏହି ମଠରେ ଲୋକମାନେ ମିଳିତ ଭାବେ ସାଧୁଙ୍କ ସହିତ ବିଭିନ୍ନ ଉପଦେଶ ନେବାକୁ ଭିଡ ଲଗାଉଥିଲେ । ପରେ ଏଠାରେ ବହୁ ସାଧୁ ନିଜର ସାଧନାର ପୀଠ ଭାବେ ବାଛିନେଇ କାଳ କାଳ କଟାଇଥିଲେ । ଏବଂ ଲେକମାନେ ମଧ୍ୟ ନମଗଛ ନିକଟରେ ନିଜର ଅସୁବିଧା ଏବଂ ମନସ୍କାମନା କରିବାରେ ଲାଗିପଡିଥିଲେ । କିଛି ବିଧିର ବିଧିାନ ଏଠାରେ ଯିଏବି ମନସ୍କାମନା କରୁଥିଲା ତାହାର ମନବଂଚା ପୂର୍ଣ୍ଣ ହେଉଥିଲା ଫଳରେ ଲୋକମାନେ ଦାନ କରିବା ଫଳରେ ଏଠାରେ ନିର୍ମିତ ହୋଇ ସହିତ ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର ।
ଏଠାରେ ରହିଛି ଭାରତ ମାତଙ୍କ ମନ୍ଦିର ଯାହାକି ରାଜ୍ୟରେ ଅନ୍ୟ କୌଣସି ସ୍ଥାନରେ ପରିଦୃଷ୍ଟ ହୁଏ ନାହିଁ । ଏହାକୁ ନେଇ ରହିଛି ଅନ୍ୟ ଏକ ଲୋକକଥା । କଥାରେ ଅଛି ଏଠାରେ ଏକ ବାଲିର ପାହାଡ ରହିଥିଲା । ଏବଂସେହି ବାଲିର ପାହାଡଟି ଧିରେ ଧିରେ ବଡ ହେବାକୁ ଲାଗିଥିଲା । ଫଳରେ ଏଠାରେ ମଠ ପ୍ରତିଷ୍ଠା କରାଯାଇଥିଲା । ଏଠାରେ ୫୦ବର୍ଷ ଧରି ଗୀତା ଯଜ୍ଞ କାର୍ଯ୍ୟ ମହାସମାରୋହରେ ଅନୁଷ୍ଠିତ ହେଉଛି । ଏହାକୁ ପ୍ରଥମେ ବୈଷ୍ଣବ ଦାସ ଆରମ୍ଭ କରିଥିଲେ । ପରେ ପରେ ଏହି କାର୍ଯ୍ୟକୁ ହରିଶ୍ୟମ ଦାସ ଏବଂ ବୈଷ୍ଣବନନ୍ଦ ଦାସ ଏବଂ ଚୌତନଚରଣ ଦାସ ପ୍ରମୁଖ ସାଧୁ ମାନେ ଏହାର ପରିଚାଳନା କରିଆସୁଥିଲେ । ଏବେ ଏହାକୁ ଗ୍ରାମବାସୀ ମାନେ ଏକ ଟ୍ରଷ୍ଟ ପ୍ରତିଷ୍ଠା କରି ଏହାର ପରିଚାଳନା କରୁଛନ୍ତି ।
Report- Gopinatha Das and Bimal Behera (Sandhan News)
Related Posts
About The Author