ମଧ୍ୟାହ୍ନ ଭୋଜନ ଖାଇଲେ ସଚିବ

Spread the love
ରାଉରକେଲା, ୧୯/୧୨ (ସନ୍ଧାନ ନିଉଜ) : ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇଲେ ସଚିବ । ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ଭାସ୍କର ଜ୍ୟୋତି ଶର୍ମା ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ଆସି ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର, ସ୍କୁଲ ସମେତ ଜୀବିକା ମିଶନର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି । ନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ଗସ୍ତ ବେଳେ ସଚିବ ଭାସ୍କର ଜ୍ୟୋତି ଶର୍ମା ତୁଡାଲଗା ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିଛନ୍ତି । ନିଜେ ମଧ୍ୟାହ୍ନ ଭୋଜନ ଖାଇବା ସହିତ ତାଙ୍କ ସହ ଯାଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ମଧ୍ୟ ମଧ୍ୟାହ୍ନ ଭୋଜନ ଖାଇଥିଲେ । ପିଲା ମାନଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଠିକ ରହିଛି ନା ନାହିଁ ତାହା ଯାଞ୍ଚ କରିଥିଲେ ।

Related Posts

About The Author

Add Comment