ସୁନ୍ଦରଗଡ ତା:୨୦/୧୦/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ) ସରଫଗଡ଼ ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରେ ସମ୍ବଲପୁର ସେଚାଞ୍ଚଳ ତରଫରୁ ପାଣି ପଞ୍ଚାୟତ ଜରିଆରେ ଏହାର କାଯ୍ୟକ୍ରମ ଚାଲିଛି । ଏଥିରେ ନିମ୍ନ ମାନର କାର୍ଯ୍ୟକୁ ନେଇ
ଅସନ୍ତୋଷ ଦେଖାଦେଇଛି । ଲେଫ୍ରିପଡା ବ୍ଲକର କୃଷିର ବିକାଶପାଇଁ ଏହା ଏକମାତ୍ର ମାଧ୍ୟମ ହୋଇ ଆସିଛି । ଏହା ବିଗତ ୧୯୮୫
ମସିହାରୁ କାର୍ଯ୍ୟକାରୀ ହୋଇ ଅଞ୍ଚଳର ଗିରିଙ୍ଗକେଲା,ପଟୁଆଡ଼ିହି, ବିରାଗିବାହାଲ,ସାଲେଟିକିରା,କରାଡେଗା, ସୁଆଁରିଜୋର ଆଦି ଗ୍ରାମର ଲୋକେ ଉପକୃତ ହୋଇ ଆସୁଛନ୍ତି । ଜଳସେଚନର ଉନ୍ନତିକରଣ ଓ ସୁବିଧା କରିବା ପାଇଁ ଏକ ଚେନେଲର କାମ ଆରମ୍ଭ
କରାଯାଇଛି । ଏହି କାର୍ଯ୍ୟକୁ ଦୃଷ୍ଟିରେ ରଖି ଯଥେଷ୍ଟ ଅର୍ଥରାଶି ମଧ୍ୟ ପ୍ରଦାନ କରାଯାଇଥିବା ପ୍ରକାଶ । ସୂଚନା ଅନୁସାରେ ପାଣି ପଂଚାୟତର ସଭାପତି ନିଜ ସଦସ୍ୟଙ୍କ ବିନା ପରାମର୍ଶରେ ବିଭାଗୀୟ କର୍ମଚାରୀଙ୍କ ଜରିଆରେ ମନମୁଖୀ ନିମ୍ନ ମାନର କାମ କରୁଥିବା ଅଞ୍ଚଳ ଚାଷୀ ଅଭିଯୋଗ କରିଛନ୍ତି । ଯଥାଶୀଘ୍ର ଏହି ପ୍ରକଳ୍ପର କତ୍ତୃପକ୍ଷ ଚାଷୀଙ୍କ ହିତକୁ ଆଖି ଆଗରେ ରଖି ଏହାର ସ୍ଥାୟୀ ନିର୍ମାଣ ସହିତ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
ମଧ୍ୟମ ଚାଷ ପାଇଁ ସରଫଗଡ଼ ଡ୍ୟାମରପ୍ରକଳ୍ପ ଜଳସେଚନରେ ଅଭିଯୋଗ
|
October 21, 2021 |