ମଧ୍ୟପ୍ରଦେଶ: ୫ ମନ୍ତ୍ରୀ ଶପଥ ନେଲେ
ନୂଆଦିଲ୍ଲୀ, ୨୨/୦୪ (ସନ୍ଧାନ ନିଉଜ) : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ୫ ଜଣ ନୂଆ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିବା ବେଳେ ସେଥିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କ୍ୟାମ୍ପର ୨ ଜଣ ଅନୁଗତ ସାମିଲ ହୋଇଛନ୍ତି। ମଙ୍ଗଳବାର ମନ୍ତ୍ରୀଭାବେ ଶପଥ ନେଇଥିବା ବିଧାୟକମାନଙ୍କ ମଧ୍ୟରେ ରହିଛନ୍ତି ଛଅଥରର ବିଜେପି ବିଧାୟକ ନରୋତ୍ତମ ମିଶ୍ର, ପାଞ୍ଚଥରର ବିଜେପି ବିଧାୟକ କମଲ ପଟେଲ ଓ ମିନା ସିଂ। ସିନ୍ଧିଆ କ୍ୟାମ୍ପର ବିଧାୟକ ତୁଲସୀ ସିଲାଓ୍ୱତ ଓ ଗୋବିନ୍ଦ ସିଂ ରାଜପୁତ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।
Related Posts
About The Author