ନୂଆଦିଲ୍ଲୀ,୧୩/୦୪ (ସନ୍ଧାନ ନିୟୁଜ) : ଦେଶରେ ଜାରି ରହିଥିବା ଲକ ଡାଉନ ପାଇଁ ମଦ ଦୋକାନ ବନ୍ଦ। ସେଥିପାଇଁ ଜଣେ ୩୫ ବର୍ଷ ବୟସ୍କ ମଦ୍ୟପ ସାନିଟାଇଜର ପିଇଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ସେହି ବ୍ୟକ୍ତିଙ୍କ ନାଁ ବର୍ନାର୍ଡ। ସେ କୋଏମ୍ବାଟୁରରେ ଗ୍ୟାସ ଏଜେନ୍ସିରେ ଗ୍ୟାସ ସିଲିଣ୍ଡର ବିତରକ ଭାବେ କାର୍ଯ୍ୟ କରୁଥିଲେ।ଖବର ଅନୁଯାୟୀ ଗ୍ୟାସ ଏଜେନ୍ସି ତାଙ୍କୁ ହାତ ଧୋଇବା ପାଇଁ ହ୍ୟାଣ୍ଡ ସାନିଟାଇଜର ଦେଇଥିଲା। କିନ୍ତୁ ମଦ ଦୋକାନ ବନ୍ଦ ଥିବାରୁ ବର୍ନାର୍ଡ ଏହାକୁ ବିକଳ୍ପ ଭାବେ ପିଇ ଦେଇଥିଲା। କାରଣ ବର୍ନାର୍ଡ ଥିଲେ ଜଣେ ମଦ୍ୟପ। ଦେଶବ୍ୟାପୀ ଲକ ଡାଉନ ଯୋଗୁଁ ଏକ ସପ୍ତାହ ଧରି ମଦ ନମିଳିବାରୁ ସେ ହତାଶ ହୋଇ ଏପରି କରିଥିଲେ।
ମଦ ମିଳିଲାନି: ସାନିଟାଇଜର ପିଇ ଜୀବନ ଗଲା
|
April 13, 2020 |