ଯାଜପୁର,୨୫/୦୩ (ସନ୍ଧାନ ନିଉଜ/ଜଗେମାହନ ରାଉତ) : ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ-ଜେନାପୁର ପୂର୍ତ୍ତ ବିଭାଗ ରାସ୍ତାର ରାହାମ୍ବା ପଂଚାୟତ ଛକ ନିକଟରୁ ଆଜି ଅପରାହ୍ନରେ କୁଆଖିଆ ପୋଲିସ ଏକ ମଦ ବୋଝେଇ ଅଟୋକୁ ପୋଲିସ ଜବତ କରିଛି । ବେଆଇନ ମଦ କାରବାରରେ ସଂପୃକ୍ତ ବ୍ୟବସାୟୀ ନୃସିଂହ ସାହୁ(୪୬)କୁ ପୋଲିସ ଗିରଫ କରି ପଚରା ଉଚୁରା ଜାରି ରଖିଛି । ବ୍ୟବସାୟୀର ଘର ବଡକଇଁଚି ପଂଚାୟତ ଗୋରଧା ଗ୍ରାମରେ ବୋଲି ଜଣାପଡିଛି ।
ଘଟଣାରୁ ପ୍ରକାଶ ଯେ ଏକ ଅଟୋରେ ୧୧୦ ବୋତଲ ବିଦେଶୀ ମଦ ବୋଝେଇ ହୋଇ କୁଆଖିଆ ରୁ ଗୋରଧା ଗ୍ରାମରକୁ ଯାଉଥିଲା । ଏ ସଂପର୍କରେ ସୂଚନା ମିଳିବା ପରେ ପୋଲିସ ମଦ ବୋଝେଇ ଅଟୋକୁ ପିଛାକରି ରାହାମ୍ବା ଛକ ନିକଟରେ କାବୁ କରିଥିଲା । ଗାଡିକୁ ଯାଂଚ କରିବାରୁ ସେଥିରୁ ୬୦ ବୋତଲ ମାକଡୁଏଲ ନଂ-୧, ୩୦ ବୋତଲ ଅଫିସର ଚଏସ ବ୍ଲୁ, ୨୦ ବୋତଲ ଅଫିସର ହୁସ୍କି ବୋଝେଇ ଥିଲା । ଏ ସଂପର୍କରେ କୁଆଖିଆ ଥାନାରେ କେସ୍ ନଂ-୭୭/୧୯ରେ ଏକ ମାମଲା ରୁଜୁ ହୋଇଛି । ଏସ.ଆଇ ଦିଲୀପ କୁମାର କାଣ୍ଡି ମାମଲାକୁ ତଦନ୍ତ କରୁଛନ୍ତି । ମଙ୍ଗଳବାର ଦ୍ିନ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ମନୋଜ ସ୍ୱାଇଁ ପ୍ରକାଶ କରିଛନ୍ତି ।
ମଦ ବୋଝେଇ ଅଟୋ ଜବତ, ବ୍ୟବସାୟୀ ଗିରଫ
|
March 26, 2019 |
