ମଦ ବେପାରୀଙ୍କ ମାଡ଼ରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଆହତ

Spread the love

ଭୁବନେଶ୍ଵର,/ବାଲେଶ୍ବର୨୨/୦୨ (ସନ୍ଧାନ ନିୟୁଜ) : ମଦ ବେପାରୀଙ୍କ ମାଡ଼ରେ ସ୍ୱୟଂ ସହାୟକ ଗୋଷ୍ଠୀର ୫ ଜଣ ମହିଳା ଗୁରୁତର ଆହତ। ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ସୋରର ସବିରା ପଞ୍ଚାୟତ ବାଉଁଶଖୁଣ୍ଟା ଗାଁରେ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗତକାଲି ଗାଁରେ ମଦ ବିରୋଧୀ ଆନ୍ଦୋଳନ କରୁଥିଲେ। ଏହି ସମୟରେ ମଦ ବେପାରୀମାନେ ସେମାନଙ୍କୁ ଠେଙ୍ଗାରେ ଆକ୍ରମଣ କରିବାରୁ ୫ ଜଣ ମହିଳା ଗୁରୁତର ଆହତ ହୋଇଥିଲେ। ଏହାଛଡା ଜଣେ ପୁରୁଷ ମଧ୍ୟ ଆହତ ହୋଇଛନ୍ତି। ଆହତ ହୋଇଥିବା ଦ୍ରୌପଦୀ ଦରେଇ, ଯମୁନା ନାୟକ, ମେନକା ମାଝୀ, ସୁଲୋଚନା ମାଝୀ, ଲକ୍ଷ୍ମୀପ୍ରିୟା ଦାସ ଓ ପୂର୍ଣ୍ଣଚନ୍ଦ୍ର ମଙ୍ଗଳଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related Posts

About The Author

Add Comment