‘ମଦ ପିଅନାହିଁ କାହା ପରିବାର ଉଜାଡନାହିଁ’ ସଡକ ସୁରକ୍ଷା ସଚେତନାତା ସଭାରେ ଛାତ୍ରଛାତ୍ରୀ ନିବେଦନ
|
July 27, 2019 |


ଜେନାପୁର ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥ ବ୍ରାହ୍ମଣିବ୍ରିଜ ନିକଟରେ ଜେନାପୁର ଥାନା ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ କନ୍ତପଡା ମହାବିଦୟାଳୟର ଛାତ୍ରଛାତ୍ରୀ ଓ ସଚେତନ ନାଗରିକ ମଂଚର ସଦସ୍ୟମାନଙ୍କ ସହଯୋଗରେ କନ୍ତପଡା ଛକଠାରୁ ବ୍ରାହ୍ମଣିବ୍ରିଜ ପର୍ଯ୍ୟନ୍ତ ଏକ ସଚେତନତା ରାଲି କରାଯାଇଥିଲା । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ହାତରେ ବିଭିନ୍ନ ପ୍ରକାର ପ୍ଲସାକାର୍ଡ ଧରି ସଡକ ସୁରକ୍ଷା ର ବର୍ତ୍ତା ଦେଇ ରାସ୍ତା ପରିକ୍ରମା କରିଥିଲେ । ପରେ ସେଠାରେ ଏକ ସଚେତଜନତା ସଭାର ଅୟୋଜନ କରାଯାଇଥିଲା । ସଭାରେ ସଚେତନ ନାଗରିକ ମଂଚର ସଭାପତି ସରୋଜ କାନ୍ତ ବେହେରା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବରେ ଯାଯପୁର ଜିଲା କଳିଙ୍ଗନଗର ଅତିରିକ୍ତ ଏସ ପି ରାଜକିଶୋର ଦୋରା ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଓ ସମବେତ ଜନତାଙ୍କୁ ସମ୍ବୋଧିତ କରି ଅନେକ ଦିନରୁ ଲୋକମାନଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ଆମେମାନେ ସଭା କରୁଛେ, ରାଲି କରୁଛେ, ପ୍ଲା କାର୍ଡ ଧରି ବୁଲୁଛେ, ପାମ୍ପ୍ଲେଟ ଧରି ବାଣ୍ଟୁଛେ ଏହା ସତ୍ୱେ ଦୁର୍ଘଟଣା ହାର ଦିନକୁ ଦିନ କମିବା ପରିବର୍ତ୍ତେ ବଢିବଢି ଚାଲିଛି । ତେବେ ଆମ ସଚେତନତା କୁଆଡେ ଯାଉଛି ବୋଲି ପ୍ରଶ୍ନ କରିଥିଲେ । ଆଜିର ସମାଜରେ ପ୍ରାୟ ସମସ୍ତେ ଜାଣିଛନ୍ତି ରାସ୍ତାରେ ଯାତାୟତ କଲେ ଦୁର୍ଘଟଣା ହେବ, ହେଲମେଣ୍ଟ ନପିନ୍ଧିଲେ ଦୁର୍ଘଟଣାରେ ମରିବାର ଆସଙ୍ଖା ରହିଛି ସମସ୍ତେ ସଚେତନ ଥାଇ ଦୁର୍ଘଟଣା ହାର ବଢିବା ପଛରେ କଣ ରହିଛି କାରଣ? ଏହା ଏକ ଡିବେଟାଲ ପ୍ରଶ୍ନ ହୋଇ୍ୟାଇଛି । ଯୁବବର୍ଗ ଯଦି ସେମାନଙ୍କ ପରିବାରକୁ ସଚେତନ କରାଇବେ ନିଜ ସମ୍ପର୍କୀୟମାନଙ୍କୁ ହେଲମେଣ୍ଟ ପିନ୍ଧିବା ପାଇଁ ବାଧ୍ୟ କରିବେ ତେବେ ଦୁର୍ଘଟଣା ହାର କମିଯିବ ବୋଲି ମୋର ବିଶ୍ୱାସ । ଅନ୍ୟତମ ଅତିଥି ଥାନାଧିକାରୀ ସୁଶାନ୍ତ କୁମାର ଦାସ ସଭାକୁ ସଚେତନତାର ବାର୍ତ୍ତାଦେବାକୁ ଯାଇ କହିଥିଲେ ସମସ୍ତେ ଭଗବାନଙ୍କୁ ଡାକନ୍ତି ମୁ କେମିତି ଭଲରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚôବି । କିନ୍ତୁ ସେଥିପାଇଁ ନିଜେ ସୁରକ୍ଷିତ ରହିବାକୁ ସଚେତନ ହେବା ସହିତ ସଡକ ସୁରକ୍ଷା ନିୟମକୁ ପାଳନ କରିବା ଆବଶ୍ୟକ । ସେଥିପାଇଁ ମୁଁ ଏବଂ ସମସ୍ତେ କହିବା ଦରକାର ଭାଇ ହେଲମେଣ୍ଟ ଗୋଟିଏ ପିନ୍ଧ । ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲର ପୋ୍ର ଉନଗେଜ କିଞ୍ଜଲ ଜେନ, ଟାଟା ଷ୍ଟ୍ରାଇକ ସଂଯୋଗିତା ମିଶ୍ର,କୃଷ୍ଣଚନ୍ଦ୍ର ସାହୁ, ଦିଲିପ ବରାଳ, ଅଶୋକ କୁମାର ସାହୁ, ସଚେତନ ନାଗରିକ ମଂଚର ଉପଦେଷ୍ଟା ପରମାନନ୍ଦ ସାହୁ ପ୍ରମୁଖ ସେମାନଙ୍କର ମତ ରଖିଥିଲେ ।