ଯାଜପୁର/ଧର୍ମଶାଳା, ୪/୬ (ସନ୍ଧାନ ନିୟୁଜ), ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବ୍ରାହ୍ମଣି ବ୍ରିଜ (ଚକ୍ରଧରପୁର)ଠାରେ ଏକ ବିଦେଶି ଠିପି ବନ୍ଦ ମଦଦୋକାନ ଖୋଲିବାକୁ ପ୍ରସ୍ତାବ ରଖି ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଓଡିଶା ସରକାରଙ୍କ ଅବକାରୀ ବିଭାଗ ତରଫରୁ ଜିଲ୍ଲା ପ୍ରଶାସନ ଏକ ବିଜ୍ଞପ୍ତି ଜାରି କରିଥିବା ଜଣା ଯାଇଛି । ସ୍ଥାନୀୟ ଲୋକମାନଙ୍କର ମତାମତ ନେବା ପାଇଁ ଜାରି କରାଯାଇଥିବା ବିଜ୍ଞପ୍ତି ବିଷୟରେ ଜାଣିବା ପରେ ସ୍ଥାନୀୟ ଅଂଚଳରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପତ୍ରସଂଖ୍ୟା ୯୦୬,୨୭ ।୫ ।୨୦୧୯ରେ ଜନସାଧାରଣଙ୍କ ଠାରୁ ଅଭିଯୋଗ ପ୍ରାପ୍ତି ନିମନ୍ତେ ପ୍ରକାଶ କରା ଯାଇଥିବା ବିଜ୍ଞପ୍ତି ଅନୁ୍ୟାଇ ଅବକାରି ବିଭାଗ ଜେନାପୁର ଥାନା ଅଧିନ ଚକ୍ରଧରପୁର ପଂଚାୟତରବ୍ରାହ୍ମଣି ବ୍ରିଜ(ଚକ୍ରଧରପୁର)ରେ ଥିବା କୁସୁନପୁର ପ୍ଲଟନଂ ୧୧୭୫,ଖାତାନଂ୨୮୩ ରେ ମଦ ଦୋକାନ ଖୋଲିବାକୁ ସୁପାରିଶ କରାଯାଇଛି । ଜିଲ୍ଲାପାଳଙ୍କ ଦସ୍ତଖତରେ ଜାରି ଏହି ନୋଟିସରେ ପୁର୍ବମଦ ଦୋକାନର ବିଦ୍ୟମାନ ସ୍ଥାନ ଠାରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ପ୍ରସ୍ଥାବ ରଖାଯାଇଛି । ଏହି ବିଜ୍ଞପ୍ତି ବିଷୟରେ ଲୋକମାନେ ଜାଣିବାକୁ ନୋଟିସକୁ ଯେଉଁ ଭଳି ସ୍ଥାନରେ ଲଗାଇବା କଥା ଏବଂ ଯେଉଁ ଯେଉଁ ଅଫିସରେ ନୋଟିସ ବୋର୍ଡରେ ଲଗାଯିବା କଥା ତାହା କରାଯାଇନାହିଁ । କିମ୍ବା ନୋଟିସ ମୁତାବକ ଡେଙ୍ଗୁରା ମାଧ୍ୟମରେ ସୁଚନା ଦିଆଯାଇନାହିଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ସ୍ଥାନୀୟ ପ୍ରଶାସନ ଏହି ତଥ୍ୟକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ କୌଣସି ପଦେକ୍ଷପ ଗ୍ରହଣ କରିନାହିଁ । କାରଣ ଏହି ଦୋକାନକୁ ପୁର୍ବରୁ ସ୍ଥାନୀୟ ଅଂଚଳରେ ତିବ୍ର ବିରୋଧ କରାଯାଇଥିଲା । ତେଣୁ କିଛି ଲୋକ ମଦ ବ୍ୟବସାୟୀଙ୍କର ହାତବାରିସି ସାଜି ଏହି ଦୋକାନକୁ ଲୋକମାନଙ୍କ ଅଗୋଚରରେ ସ୍ଥାପନ କରିବା ପାଇଁ ଅଣ୍ଟା ଭିଡିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ମୋଟାମୋଟି ନଦେ୍ର୍ଦଶ ଅନୁଯାଇ ଯେଉଁ ଭଳି ଭାବରେ ନୋଟିସର ପ୍ରଚାର ପ୍ରସାର ହେବା କଥା ତାହା ହୋଇନାହିଁ । ତେବେ ନୋଟିସ ନମିଳିଥିଲେବି ଲୋକମାନେ ପରସ୍ପରେ ଏ କଥା ସୁଣି ପୁନର୍ବାର ଏକ ମଦ ବିରୋଧି ଆନେ୍ଦାଳନ ପାଇଁ ସଜବାଜ ହେଉଥିବା ଦେଖାଯାଇଛି । ଏ ସମ୍ବନ୍ଧରେ ଏହି ପଂଚାୟତର ସରପଂଚ ନାରାୟଣ ସେଠିଙ୍କୁ ପଚାରିବାରେ ସେ କହିଲେ ଲୋକମାନେ ଚାହୁଁନଥିବାରୁ ମୁ ଏହି ପ୍ରସ୍ତାବ ସପକ୍ଷରେ ସଭ ।ବିବରଣି ଦେଇପାରିବି ନାହିଁ । ଏହି ମଦ ଦୋକାନକୁ ପୁର୍ବରୁ ଦଳଗାଁ ଠାରେ ଚଳାଇବା ନିମନ୍ତେ ସବୁ ପ୍ରସ୍ତୁତି ସେଷ ହୋଇଥିଲେ ବି ସ୍ଥାନୀୟ ଲୋକମାନଙ୍କ ବିରୋଧ ଯୋଗୁ ସେଷ ମୁହୁର୍ତ୍ତରେ ଜିଲ୍ଲାପାଳ ଲାଇସେନସ ବାତିଲ କରିଦେଇଥିଲେ । ତେବେ ମଦ ଦୋକାନ ପୁନର୍ବାର ଖୋଲିବାକୁ ଚେଷ୍ଟା କଲେ ପୁଣି ଆନେ୍ଦାଳନ କରାଜିବ ବୋଲି ସ୍ଥାନୀୟ ଲୋକେ ଚେତାବନି ଦେଇଛନ୍ତି ।



