ଯାଜପୁର ସଦର, ୨୫/୦୧/୨୦୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ଥାନା ନିକଟସ୍ଥ ଚଣ୍ଡିପୁରରେ ହେବାକୁ ଥିବା ପ୍ରସ୍ତାବିତ ବିଦେଶୀ ଠିପିଖୋଲା ମଦ ଦୋକାନକୁ ଗ୍ରାମବାସୀ ବିରୋଧକରିବା ସହିତ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପ୍ରଶାସନକୁ ଚେତାବନି ଦେଇଛନ୍ତି । ଏହାକୁ ବିରୋଧ କରିବା ସହିତ ଗ୍ରାମବାସୀ ଯାଜପୁର ଜିଲ୍ଲାପାଳ, ଅବକାରୀ ଅଧ୍ୟକ୍ଷକଙ୍କୁ ଅଭିଯୋଗ କରାଯାଇଥିବା ବେଳେ, ସୋମବାରଦିନ ଅବକାରୀ ବିଭାଗର ଅଧିକାରିଣୀ ସ୍ୱପ୍ନାରାଣ୍ୀ ସାହୁ ସ୍ଥାନ ପରିଦର୍ଶନରେ ଆସିଥିବା ବେଳେ, ପ୍ରସ୍ଥାବିତ ବିଦେଶୀ ଠିପିଖୋଲା ମଦଦୋକାନକୁ ଗ୍ରାମବାସୀମାନେ ବିରୋଧ କରିବା ସହିତ କୁଆଖିଆ ସାଇମନ୍ଦିର ନିକଟରେ ଅଭିଯୋଗପତ୍ର ଶ୍ରୀମତୀ ସାହୁଙ୍କୁ ଦିଆଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, କୁଆଖିଆ ତହସିଲ ରାସ୍ତା ସାଧାରଣ ଲୋକମାନଙ୍କ ପାଇଁ ଏହି ରାସ୍ତା ପ୍ରମୁଖ ରହିଥିବା ଚଣ୍ଡିପୁର ମୌଜା ଅଧିନରେ ରହିଥିବା ବେଳେ, ଏହି ରାସ୍ତାକୁ କୁଆଖିଆ ଥାନା ରସୁଲପୁର ତହସିଲ ଅବସ୍ଥିତ ଅଞ୍ଚଳବାସୀଙ୍କ ସହିତ ଏବଂ ତହସିଲକୁ ବିଭିନ୍ନ କାର୍ଯ୍ୟପାଇଁ ଲୋକମାନେ ଯାତାୟତ କରନ୍ତି । ଏଠାରେ ଦୁଇଟି ଠିପି ଖୋଲା ବିଦେଶୀ ମଦ ଦୋକାନ ଗୋଟିଏ ଠିପ ବନ୍ଦ ମଦ ଦୋକାନ ରହିଥିବାର ଦେଖିବାକୁ ମିଳୁଚି । ଏଠାରେ ଆଉ ଏକ ବିଦେଶୀ ମଦ ଦୋକାନ ଖୋଲାଗଲେ ସାଧାରଣ ଲୋକମାନେ ବହୁ ଅସୁବିଧାର ସମ୍ମୁଖିନ ହେବେ ବୋଲି ଅଭିଯୋଗ କରିଥିଲେ । ନୂତନ ଭାବେ ଠିପିଖୋଲା ମଦଦୋକାନ ପାଇଁ ଅନଲାଇନରେ ଆବେଦନ କରାଯାଇଥିଲା । ଏହାର ଅଭିଯୋଗ ପାଇଁ ୪/୧/୨୦୨୨ ତାରିଖରେ ନୋଟିସ କରାଯାଇଥିଲା । ଏନେଇ ଗ୍ରାମବାସୀ ଅଭିଯୋ କରିଥିଲେ । ସ୍ୱପ୍ନାରାଣୀ ସାହୁ ଅଭିଯୋଗର ତଦନ୍ତ କରିବା ପାଇଁ ଆସିଥିବା ବେଳେ, ଏହାକୁ ବନ୍ଦ କରାଯିବା ପାଇଁ ବିରୋଧ କରାଯାଇଥିଲା । ଏହି ନେଇ ଅବକାରୀ ବିଭାଗର ସ୍ୱପ୍ନାରାଣୀ ସାହୁ ତଦନ୍ତ ଚାଲିଚି ବୋଲି ସୂଚନା ଦେଇଥିଲେ । ଗ୍ରାମବାସୀ ମାନେ ଧନେଶ୍ୱର ପଣ୍ଡା, ରାଜକିଶୋର ମଲ୍ଲିକ, କୁଳମଣୀ ରାଉତ, ଅବିନାଶ ରାୟ, ପ୍ରଶାନ୍ତ ବେଜ, ବିକ୍ରମ ରାମ, ଦିପକ ସାହୁ, ମାନସ ଆଚାର୍ଯ୍ୟ, ହରିହର ସାହୁ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।