ଜେନାପୁର/୨୮/୦୭/ସନ୍ଧାନ ନିଉଜ୍(ପ୍ରଶାନ୍ତ ସାମଲ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଏଣ୍ଡଳବା ପଞ୍ଚାୟତ ବାଘୁଆ ବାରଣା ଗ୍ରାମ ନିକଟସ୍ଥ ବିଛାଖଣ୍ଡି କଳା ପଥର ଖାଦନ ରାସ୍ତାରେ ଆଜି ସକାଳୁ ସକାଳୁ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି ଏଥିରେ ୩ ଗୋରୁ ମୃତ ସହ ୭ ଗୋରୁ ଗୁରୁତର ଆହାତ ହୋଇଥିବା ଜଣା ପଡ଼ିଛି । ଘଟଣାରୁ ପ୍ରକାଶ ଆଜି ସକାଳୁ ଏହି ପଞ୍ଚାୟତର ପାଟପୁର ଗ୍ରାମରୁ ଗୋରୁମାନେ ନିକଟସ୍ଥ ବାଘୁଆ ବାରଣା ଝାଟିଆ ଜଙ୍ଗଲକୁ ଚରିବା ପାଇଁ ଯାଉ ଥିବା ବେଳେ ହଟାତ୍ ବିଛାଖଣ୍ଡି କଳା ପଥର ଖାଦାନରୁ ଏକ ଡମ୍ଫର ଦ୍ରୁତ ଗତିରେ ଆସି ଚରିଯାଉଥିବା ଗୋରୁ ମାନଙ୍କ ଉପରେ ଚଢ଼ି ଯାଇଥିଲା ଫଳରେ ଘଟଣା ସ୍ଥଳରେ ୩ ଗୋରୁଙ୍କ ଜୀବନ ଚାଲି ଯାଇଥିବା ବେଳେ ୭ ଗୋରୁ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି । ଡମ୍ଫରଟି ଦୁର୍ଘଟଣା ଘଟାଇ ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ ଥିବା କିଛି ଯୁବକ ମାନେ ଦୁର୍ଘଟଣା ଘଟାଇ ଥିବା ମଦ୍ୟପ ଡମ୍ଫର ଚାଳକ କୁ କାବୁ କରି ନେଇଥିଲେ । ପରେ ସ୍ଥାନୀୟ ଭଦ୍ରଲୋକମାନେ ବସି ଦୁର୍ଘଟଣା ଘଟାଇ ଥିବା ଡମ୍ଫର ମାଲିକଙ୍କ ଠାରୁ କ୍ଷତି ପୁରଣ ରଖି ମୃତ ଗୋରୁ ମାଲିକଙ୍କୁ ଦେଇ ସମାଧାନ କରିଥିଲେ।ଏ ଘଟଣାକୁ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାଇ ବୋଲି ଜଣାପଡିଛି
ମଦୁଆ ଡମ୍ଫର ଡ୍ରାଇଭରର ବେଫରୁଆ ଗାଡ଼ିଚାଳନା ” ୩ ଗୋରୁ ମୃତ ସହ ୭ ଗୁରୁତର ଆହାତ
|
July 28, 2021 |


