ଭଦ୍ରକ, ୨୬/୯(ସନ୍ଧାନ ନ୍ୟୁଜ୍):- ଭଦ୍ରକ ଜିଲା ତିହିଡ଼ି ଥାନା କମାରିଆ ପେଟ୍ରୋଲ ପମ୍ପ ନିକଟରେ ଜଣେ ଚାରା ମଦବେପାରୀ ଗାଁର ଜଣେ ବେପାରୀଙ୍କୁ ମଦ ଯୋଗାଇବାକୁ ଯାଇ ହଟହଟା ହୋଇଛନ୍ତି। । ମଦ ଦେବାକୁ ଆସିଥିବା ବେପାରୀଙ୍କୁ ଗାଁ ଲୋକ, ବଜରଙ୍ଗ ଦଳର କର୍ମୀ ଓ ବିଭିନ୍ନ ସାମାଜିକ ସଙ୍ଗଠନର କର୍ମକର୍ତ୍ତାମାନେ ମଦ ପେଟି ଧରାଇ ଗାଁ ବୁଲାଇଥିଲେ। ଏପରିରିକ ଛାଞ୍ଚୁଣିରେ ପିଟି ଚଲାଇ ଚଲାଇ ନେଇ ଥାନାକୁ ହସ୍ତାନ୍ତର କରାଇଥିଲେ। ଥାନା ସମ୍ମୁଖରେ ଉକ୍ତ ବ୍ୟବସାୟୀଙ୍କୁ ରଖ୍ ୯ କାର୍ଜୁନ ମଦ ଭାଙ୍ଗି ପୋଲିସର ନିଷ୍କ୍ରିୟତାକୁ ସମାଲୋଚନା କରାଯାଇଥିଲା। ସୂଚନା ଅନୁଯାୟୀ, କୋହୁ ନ କମାରିଆ ଗାଁର ଜଣେ ଚୋରା ମଦ ବେପାରୀଙ୍କୁ T ମଦ ଯୋଗାଇବା ପାଇଁ ଏକ ବାଇକ୍ ଯୋଗେ ଲ ପାଖ ଅଞ୍ଚଳର ଜଣେ ମଦ ବ୍ୟବସାୟୀ ଭୋର ସମୟରେ ପହଞ୍ଚିଥିଲେ। ଏହି ଖବର ଗାଁର ମହିଳା, ସଙ୍ଗଠନର କର୍ମକର୍ତ୍ତାମାନଙ୍କ ନିକଟରେ ପହଞ୍ଚିଥୁଲା। ଶତାଧୁକ ମହିଳା ଓ ପୁରୁଷ ଏକାଠି ହୋଇ ଚୋରା ମଦ ଯୋଗାଣକାରୀଙ୍କୁ ପେଟେଣ୍ଟ ମେଡିଶିନ୍ ଦେବା ପାଇଁ ଯୋଜନା କରି ୯ କାନ ଧରାଇ ରାସ୍ତାରେ ଚଲାଇ ଚଲାଇ ୪ କି.ମି. ଅତିକ୍ରମ କରାଇ ତିହିଡ଼ି ଥାନା ପର୍ଯ୍ୟନ୍ତ ଆଣିଥିଲେ। ଥାନା ସମ୍ମୁଖରେ ଉକ୍ତ ବ୍ୟବସାୟୀଙ୍କୁ ରଖ୍ ଆଣିଥିବା ସମସ୍ତ ମଦ ଭାଙ୍ଗି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପୋଲିସ ସମ୍ପୃକ୍ତ ମଦ ବ୍ୟବସାୟୀଙ୍କୁ ଥାନାରେ ଅଟକ ରଖ୍ ପଚରାଉଚରା କରୁଛି। ଦୀର୍ଘଦିନର ପୁଞ୍ଜିଭୂତ ଅସନ୍ତୋଷ ଏଭଳି ରୂପ ନେଇଥିବା ବଜରଙ୍ଗ ଦଳ ପକ୍ଷରୁ କୁହାଯାଇଛି।
ମଦପେଟି ଧରି ରାସ୍ତାରେ ଚଲାଇଲେ ଗ୍ରାମବାସୀ
|
September 26, 2020 |



