ନୂଆଦିଲ୍ଲୀ, ୨୭/୧୨ (ସନ୍ଧାନ ନିୟୁଜ) : ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ସମୟରେ ପୋଲିଂ ବୁଥ୍ଗୁଡ଼ିକରେ ତମାଖୁ ସେବନକୁ ନିଷେଧ କରିଛନ୍ତି ଭାରତୀୟ ନିର୍ବାଚନ କମିସନ୍। ପ୍ରଥମ ଥର ଲାଗି ନିର୍ବାଚନ କମିସନଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ମତଦାନ ସମୟରେ ସବୁ ପ୍ରକାରର ତମାଖୁ ସେବନ ନିଷେଧ ଲାଗି ସର୍ବଭାରତୀୟ ଆଇନ ଅଣାଯିବ ବୋଲି କମିସନଙ୍କ ପକ୍ଷରୁ ପ୍ରକାଶ।
ଏହି ମର୍ମରେ ନିର୍ବାଚନ କମିସନ୍ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାର ମାଜିଷ୍ଟ୍ରେଟ୍ମାନଙ୍କୁ ଚିଠି ଲେଖି ବୁଥ୍ରେ ଧୂମପାନ ଓ ତମାଖୁ ସେବନ ନିଷେଧ ଲାଗି ନିର୍ଦ୍ଦେଶ ଦେଇଛନ୍ତି।