ଗାଇ ଚୋରି ପଛରେ ପରୋକ୍ଷରେ ପୋଲିସ ଏବଂ ପ୍ରତ୍ୟକରେ ଗୋ ମାଫିଆ
ଧର୍ମଶାଳା: ୦୨/୦୩/ସନ୍ଧାନ ନ୍ୟୁଜ୍ ) ପୁର୍ବରୁ ଗାଁ ଗହଳୀରୁ ଗାଇ ବେପାରୀ ଖୁବୁ କମ ଦରରେ ଗାଇ କିଣି ତାହାକୁ ଗୋମାଫିଆ ଏବଂ ପୋଲିସ ପ୍ରଶାସନ ଏବଂ ତଥା କଥିତ ଗୋ ରକ୍ଷକଙ୍କ ସହଭାଗିତାରେ ଗୋ ଚାଲାଣ ହୋଇଆସୁଥିଲା। କିନ୍ତୁ ବର୍ତମାନ ଏହାର ବିପରୀତ ଦେଖିବାକୁ ମିଳିଛି। ଗୋରୁ ମାଫିଆ ମାନେ ଗାଁରୁ ଏବଂ ପଡିଆ ଚରୁଥିବା ଗାଇ ଗୁଡିକକରୁ ଜବରଦସ୍ତ ଚୋରି କରି ବଡବଡ ଟ୍ରକ ଯୋଗେ ବାହାର ରାଜ୍ୟକୁ ଚୋରି କରୁଥିବା ବେଳେ ଖୋଦ ଓଡିଶା ଭିତରେ ବିଭିନ୍ନ ସ୍ଥାନରେ ଗୋରୁକୁ ହାଣି ତାର ମାଂସ ଚାଲାଣ କରିଆସୁଛନ୍ତି। ପୋଲିସ ଏଥିରେ ପୁରାପୁରି ସହଭାଗୀତା ଥିବାରୁ ବାଧ୍ୟ ହୋଇ ଜନସାଧରଣ କେତକ ଗୋରୁ ଗାଡିକୁ ଧରି ପୋଲିସକୁ ଜିମା ଦେଇଥାନ୍ତି ପରେ ବିଭିନ୍ନ ଜାଲିଆତି ପେପର ଏବଂ ଟଙ୍କାବଣ୍ଡଲ ଧରି ଗୋରି ଗାଡିକକୁ ପୁଣି ଛାଡିଦେଇଥାନ୍ତି। ଏବେ ନେଉଳପୁର ଏବଂ ହରିଦାସପୁର ସମେତ ବିଭିନ୍ନ ସ୍ଥାନରୁ ଗାଇ ଗୁହାଳରୁ ତ ଚରୁଥିବା ସ୍ଥାନରୁ ଗାଇ ଗୁଡିକ ଏହି ଦଲାଲ ଗୋ ମାଫିଆ ମାନେ ଚୋରି କରି ଚାଲାଣ କରିଛନ୍ତି। ଏହିବିଷୟରେ ଥାନରେ ଅଭିଯୋଗ କଲାପରେ ଥାନା ବାଲା ଅଭିଯୋଗ ପତ୍ରକୁ ଗ୍ରହଣ ନକରି ମଣିଷ ଖୋଜି ପାରୁନାହୁଁ ଗାଇ କଣ ଖୋଜିବୁ ବୋଲି ପ୍ରଶ୍ନ କରି ନିଜର ଦାୟିତ୍ୱ ସାରୁଛନ୍ତି। ଖାଲି ସେତିକି ନୁହେଁ ଏମାନେ ଗୋ ମାଫିଆକୁ ଆଉ ବଡବଡ ଏବଂ ବିଭିନ୍ନ ପଦବୀରେ ଥିବା ଲୋକଙ୍କ ଗାଇ ଚୋରି କରିବେ ନାହିଁ ବୋଲି ଗାଇ ମାଫିଆକୁ କହିଦେବୁ ବୋଲି କହିବା ସହିତ ଏହି ଗୋରୁ ଚୋରୀ ର୍ୟାକେଟ ରୋକିବାକୁ ସଫା ସଫା ମନା କରିଦେଉଛନ୍ତି। ନିକଟରେ କେନ୍ଦ୍ରାପଡା, ନେଉଳପୁର, ଧାନମଣ୍ଡଳ, ସୁଙ୍ଗୁଡା, ଦର୍ପଣୀ ଅଂଳଚରୁ ଶତାଧିକ ଗାଇ ଚାଲାଣ ହୋଇଥିବା ବେଳେ ଏଗୁଡିକ ଜତୀୟ ରାଜପଥ ଦେଇ କଲିକତା, ଛତିଶଗଡ, ବିହାର ଆଦି ଜିଲ୍ଲାକୁ ଚାଲାଣ କରାଯାଇଛି। ଗତ କାଲି ଡୁବୁରୀ ପାଖରେ ଗାଇ ଗାଡି ଧରା ହୋଇଥିଲେ ମଧ୍ୟ ଗାଇ ଗୁଡିକକୁ କେଉଁଠି ରଖାଯାଇଛି କିମ୍ଭା ଗାଇ ମାଲିକ ମାନଙ୍କୁ ଏବଂ ଚୋରୀ ହୋଇଥିବା ଅଂଚଳରର ଲୋକମାନଙ୍କ ଖବର ଦିଆଯାଉନାହିଁ। ଫଳରେ ଏବେ ଲୋକମାନେ ଗାଁ ଗହାଳୀ ଯେଉଁ ଗରିବ ଲୋକମାନେ ଗୋପାଳନ କରି ବିଭିନ୍ନ ନିଜର ପରିବାର ପ୍ରତିପୋଷଣ କରୁଥିଲେ ସେଥିରେ ବାଧା ଉପୁଜିଛି। ଅନ୍ୟ ପଟରେ ଗାଇ ଠାରୁ ମିଳୁଥିବା ଖୀରେରେ ପ୍ରସ୍ତୁତ ଦବ୍ୟ ହିନ୍ଦୁଦେବଦେବୀ ଏବଂ ବିଭିନ୍ନ ପୂଜା ପର୍ବାଣୀରେ ଗ୍ରାମଂଚଳରେ ମିଳିବା ସମ୍ଭାବନା ମଧ୍ୟ କମ୍ ହେବାରେ ଲାଗିଛି। ଏପରି ପୋଲିସ ପ୍ରଶାସନ ମଲିଭଗତରେ ହେଲେ ପୋଲିସ କାହାପାଇଁ କାର୍ଯ୍ୟ କରୁଛି ବୋଲି ସାଧରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତୁରନ୍ତ ଗୋମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଏବଂ ସଦୃଢ଼ ଆଇନ ଆଣିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ନଚେତ ହିନ୍ଦୁଧର୍ମରେ ପୂର୍ଜଅର୍ଚ୍ଚନାରେ ବିରାଟ ଅନ୍ତରାୟ ସୃଷ୍ଟି ହେବା ସହିତ ଏହି ଧର୍ମ ଲୋପ ହେବାର ସଙ୍କଟର ସମ୍ମୁଖୀନ ହେବ ଏଥିରେ ସନ୍ଦେହ ନାହିଁ।