ମଠସାହି ରାସ୍ତାକାମକୁ ଗ୍ରାମବାସୀ ବିରୋଧ କଲେ

Spread the love

ଯାଜପୁର ସଦର, ୨୩ା୧୦ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତ ୧୫ନଂ ୱାର୍ଡ଼କୁ ସଂଯୋଗ କରାଯାଇଥିବା ମଠସାହି କଂକ୍ରିଟ ରାସ୍ତାକୁ ନିର୍ମଣ କରାଯାଉଥିବା ବେଳେ, ଗ୍ରାମବାସୀ ମାନଙ୍କ ପକ୍ଷରୁ ରାସ୍ତାକାମ ବନ୍ଦ କରାଯାଇଥିଲା । ମଠସାହୀ ଗ୍ରାମର ଶତାଧିକ ପୁରୁଷ ମହିଳା ବିରୋଧ କରିବା ସହିତ ଧାରଣାରେ ବସିଥିଲେ । ଏହାକ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ରସୁଲପୁର ବ୍ଲକର ଜେଇ ପବିତ୍ର ମୋହନ ମହାନ୍ତି ଛୁଟିରେ ରହିଥିବା ବେଳେ, ବିନା ଫଳକରେ ରାସ୍ତାକାମ ନିମ୍ନମାନର କରାଯାଉଥିବାରୁ ଗ୍ରାମବସୀ ମାନେ ଧାରଣା ଦେଇଥିଲେ । ଏନେଇ ଆମପ୍ରତିନିଧି ଯନ୍ତ୍ରୀଙ୍କୁ ପଚାରିବାରୁ କୌଣସି କାର୍ଯ୍ୟାଦେଶ ଦିଆଯାଇନାହିଁ ବୋଲି ଶ୍ରୀ ମହାନ୍ତି ଏହାକୁ ସଫେଇ ଦେଇଥିଲେ । ଏନେଇ ରସୁଲପୁର ବିଡ଼ିଓ ଅବନିକାନ୍ତ ସାହୁଙ୍କୁ ପଚାରିବାରୁ ଜେଇ ଛୁଟିରେ ନାହାଁନ୍ତି ବୋଲି ସୂଚନା ଦେଇଥିଲେ । ଆରଡି ରାସ୍ତାଠାରୁ ଯାଇଥିବା ମଠସାହି ଗ୍ରାମ ରାସ୍ତାକୁ ସଂଯୋଗ କରାଯାଇଥିବା ରାସ୍ତାଟି ବର୍ଷକୁ ତିନିଚାରି ଥର କାମ କରାଯାଉଥିବା ବେଳେ, ଅତି ନିମ୍ନମାନର କାମ କରାଯାଉଥିବା ବେଳେ, ରାସ୍ତାଟି ଭାଙ୍ଗି ଯାଉଚି । ଏହି ରାସ୍ତା ଉପରେ ୧୦ଗୋଟି ପଂଚାୟତର ଲୋକମାନେ ନିର୍ଭର କରୁଥିବା ବେଳେ, ମଠସାହିରୁ ଯାଇଥିବା ରାସ୍ତା ଗୋଳକୁଣ୍ଡ, ବାଲିଆକୁ ସଂଯୋଗ କରାଯାଇଚି । ବରୀ ବିଧାୟୀକା ସୁନନ୍ଦା ଦାସଙ୍କ ଏମଏଲ ଲ୍ୟାଣ୍ଡରୁ ୪ଲକ୍ଷ ଟଙ୍କା ରାସ୍ତାକାମ ପାଇଁ ମଞ୍ଜୁର କରାଯାଇଥିଲା । ଅନ୍ୟ ଗୋଷ୍ଠୀର ୨ଲକ୍ଷ ଟଙ୍କାର କାମ କରିଥିବା ବଳେ, ଆଉ ୨ଲକ୍ଷ ଟଙ୍କାର କାମ କରିବା ପାଇଁ ଅନ୍ୟ ଏକ ଗୋଷ୍ଠିକୁ ଏହି କାମ ଦିଆଯାଇଥିବା ବେଲେ, ଠିକାଦାର ସୁବ୍ରତ କୁମାର ଜେନାଙ୍କୁ ଦିଆଯାଇଥିବା ବେଳେ, କାମ କରିବାକୁ ଆସିଥିବା ବେଳେ, ଅତି ନିମ୍ନମାନର ବାଲି, ଚିପ୍ସ, ସିମେଣ୍ଟ ବ୍ୟବହାର କରାଯାଉଥିବାରୁ ଏହାକୁ ବିରୋଧ କରାଯାଇଥିଲା । ମଠସାହି ଗ୍ରାମର ଅମୂଲ୍ୟ ଦଳେଇ, ବୁଲୁ ସାମଲ, ମନୋଜ ମିଶ୍ର, ପ୍ରଫୁଲ ମିଶ୍ର, ସରୋଜ ଦଳେଇ, ପୂର୍ବତନ ସରପଂଚ ଗୋପାଳ ଦଳେଇ, ପ୍ରମିଳା ଦଳେଇ, କବିତା ଦଳେଇ, ୱାର୍ଡ଼ ସଭ୍ୟା ଦୁତିକା ଦଳେଇ, ସ୍ନେହଲତା ଦଲେଇ ବ୍ଲାକ ଫ୍ଲାଗ କାର୍ଡ଼ ଧରି ସ୍ଲୋଗାନ ଦେଇ ରାସ୍ତାକାମ ବନ୍ଦ କର ମଠସାହିର ଗ୍ରାମବାସୀ ମାନେ ଏହି ରାସ୍ତା କାମକୁ ସାରିବା ପାଇଁ ରସୁଲପୁର ବିଡ଼ିଓ ଅବନିକାନ୍ତ ସାହୁଙ୍କ ନିକଟରେ ରାସ୍ତାକାମ କରାଯିବା ପାଇଁ ଦାବି କରିଛନ୍ତି । ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ କରାଯିବା ପାଇଁ ପୂର୍ବତନ ସରପଂଚ ଗୋପାଳ ଦଳେଇ ସରପଂଚ ବିକ୍ରମ ବେହେରା ମଠସାହିର ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Related Posts

About The Author

Add Comment