ବାରିପଦା ୩୧/୦୭(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ମୟୁରଭଞ୍ଜ ଜିଲା ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ ୨୦୧୮ରୁ ମଞ୍ଜୁରୀପ୍ରାପ୍ତ ସମସ୍ତ ନୂତନ ନିୟମିତ ସରକାରୀ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ଏହି ପଦବୀଗୁଡ଼ିକ ପୂରଣ କରି ତୁରନ୍ତ ନିଯୁକ୍ତି ପ୍ରଦାନ କରିବା ଲାଗି ଜିଲାର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ଏହା ସହିତ ସ୍ଵୟଂବିଭୀୟ ପାଠ୍ୟ ବ୍ୟବସ୍ଥା (ସେଲଫ୍ ଫାଇନାନ୍ସ)କୁ ବନ୍ଦ କରିବା ଲାଗି ମଧ୍ୟ ଦାବି କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ୨୦୧୮ରେ ବନ୍ଦ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ ଓଡ଼ିଆ,ଇଂଲିଶ, ଗଣିତ, ସେ ସମାଜସେବା, ନୃତତ୍ତ୍ବ, କମ୍ପ୍ୟୁଟର ବିଜ୍ଞାନ, ବାଣିଜ୍ୟ ପ୍ରଶାସନ, ଶିକ୍ଷାରେ ସ୍ନାତକ ଓ ସ୍ନାତକୋତ୍ତର ସ୍ଵୟଂ ବିଭୀୟ ବିଭାଗଗୁଡ଼ିକ ବନ୍ଦ କରି ନିୟମିତ ବିଭାଗରେ ପରିଣତ । କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହିଭଳି ୫୦ରୁ ଉର୍ଦ୍ଧ ନିୟମିତ ସରକାରୀ ଅଧ୍ୟାପକ ପଦବୀ ମଧ୍ୟ ମଞ୍ଜୁର କରାଯାଇଥିଲା । ହେଲେ ୨ ବର୍ଷ ବିତି କ ଯାଇଥିଲେ ମଧ୍ୟ ଏହି ପଦବୀଗୁଡ଼ିକ ପୂରଣ ନ ହୋଇ କେବଳ ବିଜ୍ଞପ୍ତିରେ ଅଟକିଛି। ଫଳରେ ବର୍ତ୍ତମାନ ଛାତ୍ରୀଛାତ୍ରମାନେ ଟଙ୍କା ଦେଇ ସ୍ଵୟଂବିଭୀୟ ବ୍ୟବସ୍ଥାରେ ପଢୁଛନ୍ତି। ସେହିଭଳି ଛାତ୍ରୀଛାତ୍ରମାନେ ଏମୂଫିଲ, ପିଏଚଡ଼ି ପାଠପଢ଼ାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଏ ପର୍ଯ୍ୟନ୍ତ ନିୟମିତ ସରକାରୀ ଅଧ୍ୟାପକ ପଦବୀଗୁଡ଼ିକର ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇନାହିଁ । ବର୍ଭମାନ କରୋନା ମହାମାରୀ ସମୟରେ ମୟୂରଭଞ୍ଜ ଭଳି ଏକ ଆଦିବାସୀ ଅଧୁଷିତ ଅନଗ୍ରସର ଜିଲାବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ଛାତ୍ରୀଛାତ୍ରଙ୍କ ପ୍ରତି ଏପରି ଅବହେଳା କରାଯିବା ଦୁର୍ଭାଗ୍ୟର ବିଷୟ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ତାପସ କୁମାର ମାହାଲି, ମାନସ କୁମାର ପାତ୍ର, ବଟକୃଷ୍ଣ ପାତ୍ର, ଲଳିତ କୁମାର ମହାନ୍ତ, ଜିତୁ ମୁର୍ମୁ ଓ ରାକେଶ ନାୟକଙ୍କ ସମେତ ଏକାଧୂକ ବୁଦ୍ଧିଜୀବୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।



