ମଝି ନଦୀରେ ଡ଼ଙ୍ଗା ଅଚଳ, ଅଳ୍ପକେ ବର୍ତ୍ତିଲେ 60 କାଉଡ଼ିଆ

Spread the love

ଭଦ୍ରକ, ୧୨/୮ (ସନ୍ଧାନ ନିୟୁଜ : ଭଦ୍ରକ ଜିଲାର ଆରଡ଼ିରେ ପ୍ରଭୁ ଆଖଣ୍ଡଳମଣୀଙ୍କୁ ଜଳଲାଗି କରି ଫେରୁଥିବା ସମୟରେ ସୋମବାର ଏକ ଅଘଟଣରୁ କାଉଡ଼ିଆମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାଉଡ଼ିଆମାନେ ଡ଼ଙ୍ଗାରେ ନିକଟସ୍ଥ ବୈତରଣୀ ନଦୀର ମୁଆଁ ମୁହାଣରେ ଫେରୁଥିବା ସମୟରେ ଡ଼ଙ୍ଗାଟି ଭାସିଯାଇଥିଲା। ଡ଼ଙ୍ଗାରେ ଥିବା କାଉଡ଼ିଆମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଡ଼ଙ୍ଗାଟିରେ ପ୍ରାୟ ୬୦ ଜଣ କାଉଡ଼ିଆ ଥିଲେ। ନଦୀରେ ହଠାତ ଡ଼ଙ୍ଗାର ମଟର ଅଚଳ ହୋଇପଡ଼ିବାରୁ ଡ଼ଙ୍ଗାଟି ପ୍ରାୟ ଦେଢ କିମି ପର୍ଯ୍ୟନ୍ତ ଭାସି ଯାଇଥିଲା। ଭାଗ୍ୟବଶତଃ ଓଡ଼୍ରାଫ ଟିମ ଓ ଅନ୍ୟ ମଟର ଡ଼ଙ୍ଗା ଉଦ୍ଧାର କରିବାରୁ କାଉଡ଼ିଆମାନେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି।

Report- R Nayak

Related Posts

About The Author

Add Comment