ଭୁବନେଶ୍ଵର, ୩/୨/୨୦ (ସନ୍ଧାନ ନିଉଜ) : ଦିନ ମଜୁରିଆକୁ ୨ ଲକ୍ଷ ୫୯ ହଜାର ୫୪୦ଟଙ୍କା ଟିକସ ଦେବାପାଇଁ ଆୟକର ବିଭାଗର ନୋଟିସ୍। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କୋରାପୁଟ୍ ଜିଲ୍ଲା ଉମରକୋଟସ୍ଥିତ ପୁଜାରୀଭରଣ୍ଡି ଗାଁର ସନଥର ଗଣ୍ଡଙ୍କ ନିକଟକୁ ଏହି ନୋଟିସ ଆସିଛି।
ଖବର ଅନୁଯାୟୀ ନୋଟିସ ପାଇଥିବା ସନଥରଙ୍କୁ ଲେଖାପଢ଼ା ଜଣାନାହିଁ। ବ୍ୟାଙ୍କ କାରବାର ସମ୍ପର୍କରେ ଜାଣି ନାହାଁନ୍ତି। ୭ବର୍ଷ ହେଲା ଉମରକୋଟର ଜଣେ ବ୍ୟବସାୟୀଙ୍କ ନିକଟରେ ସେ ଦିନ ମଜୁରିଆ ଭାବେ କାମ କରୁଥିଲେ। ବ୍ୟବସାୟୀଜଣକ ତାଙ୍କ ଆଧାର କାର୍ଡ ଓ ବିଭିନ୍ନ ଡକ୍ୟୁମେଣ୍ଟ ନେଇ କ’ଣ କଲେ ସେ ସମ୍ପର୍କରେ ସନଥରଙ୍କ ଜାଣିନାହାଁନ୍ତି ବୋଲି କହିଛନ୍ତି। କିଛିଦିନ ତଳେ ଘରକୁ ୬ଟି ନୋଟିସ୍ ଆସିବାରୁ ସେ ତାହା ଜାଣିବା ପାଇଁ ନିକଟସ୍ଥ ସ୍କୁଲ ଶିକ୍ଷକଙ୍କ ନିକଟକୁ ଯାଇଥିଲେ। ସେଠାରେ ଶିକ୍ଷକଙ୍କଠାରୁ ଶୁଣିଲେ ତାଙ୍କ ନାଁରେ ୨ ଲକ୍ଷ ୫୯ ହଜାର ୫୪୦ ଟଙ୍କା ଟିକସ ଦେବାକୁ ନୋଟିସ ଆସିଛି। ସେ ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି।