ମଙ୍ଗସପୁର ଓ ଯୋଗୀମାଲ ପଞ୍ଚାୟତରେ ସ୍ୱଳ୍ପ ବର୍ଷା ଯୋଗୁଁ ସଦର ବିଧାୟିକାଙ୍କ ପରିଦର୍ଶନ

Spread the love

ସୁନ୍ଦରଗଡ ତା;୧୨/୮/୨୦୨୧ ( ସନ୍ଧାନ ନିଉଜ/ ରାଜୁ ପଟେଲ ) ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ ମଙ୍ଗସପୁର ଓ ଯୋଗୀମାଲ ପାଞ୍ଚାୟତର ସମସ୍ତ ଚାଷଜମି ପରିଦର୍ଶନ କରିଥିଲେ । ସ୍ୱଳ୍ପ ବୃଷ୍ଟି ଯୋଗୁଁ ମରୁଡି ସମସ୍ୟା ଓ ଚାଷୀ ଉପରେ ପଡୁଥିବା ଚାପର ସମାଧାନ ପାଇଁ ବିଧାୟିକାଙ୍କୁ ଏକ ସ୍ମାରକ ପତ୍ର ଦେବା ସହ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ । ବର୍ତ୍ତମାନ ସୁଦ୍ଧା ଖରିଫ ଋତୁରେ ବର୍ଷାର ପରିମାଣ କମ ରହିଥିବାରୁ ଚାଷୀ ଚାଷ କରିପାରୁ ନାହାନ୍ତି । ଜୁନ ମାସରେ ମୌସୁମୀ ଆସିବାରୁ ବର୍ଷା ଭଲଭାବରେ ହେବା କାରଣରୁ ଚାଷୀ ଧାନ ବୁଣା ଓ ତାଲିପକା କାର୍ଯ୍ୟ କରିଥିଲେ । ମାତ୍ର ଜୁଲାଇ ମାସରୁ ବର୍ଷାର ପରିମାଣ କମିଯିବାରୁ ଚାଷୀକୁଳ ହତାଶ ହୋଇ ପଡିଛନ୍ତି ।ଚାଷୀଙ୍କ ତଳି ପଡିଥିବା ଚାଷ ଜମିର ମାଟି ଫାଟି ଧାନ ପତ୍ର ଲାଲ ହୋଇ ବସିଲାଣି । ଚାଷ କାର୍ଯ୍ୟ ଠପ ହୋଇ ମରୁଡି ହେବାର ଆଶଙ୍କା ଚାଷୀମାନେ ବିଧାୟିକାଙ୍କୁ ଜଣାଇଥିଲେ । ଅଂଚଳରେ ଜଳସେଚନର ସୁବିଧା ଠିକ ଭାବରେ ନ ଥିବାରୁ ଚାଷୀଙ୍କ
ପାଇଁ ସଂକଟର ସମୟ ଆସିଛି । ଏହି ସଂକଟରୁ ପାରି ହେବାପାଇଁ ଓ ମରୁଡ଼ିର ମୁକାବିଲା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ସଦର ବିଧାୟିକା କୁସୁମ ଟେଟେ ଙ୍କୁ ଅନୁରୋଧ କରିଛନ୍ତି ।ଏହି କ୍ରମରେ ବିଧାୟିକାଙ୍କ ସହିତ ଯୋଗୀମାଲ ସରପଞ୍ଚ ଶ୍ରୀଯୁକ୍ତ କର୍ଣ୍ଣ ନାଏକ ମଧ୍ୟ ଉପସ୍ଥିତ ଥିଲେ ।

Related Posts

About The Author

Add Comment