ମଙ୍ଗସପୁରରେ ରକ୍ତଦାନ ଶିବିର ଅନୁଷ୍ଠିତ, ୪୫ୟୁନିଟ ରକ୍ତ ସଂଗ୍ରହ

Spread the love

ସୁନ୍ଦରଗଡ ତା:୨୪/୧୦/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ଟାଙ୍ଗରପାଳି ବ୍ଲକ ଅନ୍ତର୍ଗତ ମଙ୍ଗସପୁର କଲ୍ୟାଣ ମଣ୍ଡପରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ମିଶ୍ର ଦୀପ ପ୍ରଜ୍ଵଳନ କରି ଏହାର ଶୁଭାରମ୍ଭ କରିଥିଲେ । ରକ୍ତ ଦାନ ଏକ ମହତଦାନ ଓ ଏହି କାର୍ଯ୍ୟକ୍ରମ ଦ୍ୱାରା ଅନେକ ଜୀବନ ଜରୁରୀକାଳୀନ ସମୟରେ ସହାୟକ ହୋଇଥାଏ ବୋଲି ଶ୍ରୀଯୁକ୍ତ ମିଶ୍ର ପ୍ରକାଶ କରିଛନ୍ତି । ଏହି ରକ୍ତ ଅନେକ ଗରିବଲୋକଙ୍କ କାର୍ଯ୍ୟରେ ସହଯୋଗ ହେବବୋଲି ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ରୂପେ ଡକ୍ଟର ନୂତନ କୁଜୁର ଓ ଚାରି ସ୍ମଶାନ ବନ୍ଧୁ ଯୋଗଦେଇ ଅନୁଷ୍ଠାନର କର୍ମକର୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ମଙ୍ଗସପୁର ଯୁବ ସଂଘ ଓ ପଶ୍ଚିମ ଓଡିଶା ଯୁବମଞ୍ଚର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହୋଇଥିଲା ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମକର୍ତାଙ୍କ ସହଯୋଗରେ ସର୍ବମୋଟ ୪୫ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଙ୍ଗସପୁର ପଂଚାୟତର ସମସ୍ତ ଯୁବବର୍ଗ ସହଯୋଗ କରିଥିବାରୁ ମଙ୍ଗସପୁର ଚିକିଷାଅଧିକାରୀ ଡକ୍ଟର ନୂତନ କୁଜୁର ଧନ୍ୟବାଦ ଜଣାଇଥିଲେ ।

Related Posts

About The Author

Add Comment