ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ମୟୂରଭଞ୍ଜ

Spread the love

ଯଶିପୁର, ୦୬.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା)):- କେଇଟା ଦିନ ଗଲେ ଗଣପର୍ବ ମକର ଏଥିପାଇଁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସଂପ୍ରଦାୟ ରହୁଥିବା ଗାଁଗୁଡ଼ିକ ଚଳଚଞ୍ଚଳ ତଥା ଉତ୍ସବମୁଖର ହୋଇଉଠିଲାଣି । ସାନ୍ତାଳ ଓ କୋହୁ ସଂପ୍ରଦାୟର ଲୋକମାନେ ମକର ପର୍ବ ପାଇଁ ଘର ଲିପାପୋଛା ସହ କାଛରେ ରଙ୍ଗବେରଙ୍ଗର ଚିତ୍ର କରିବା ଆରମ୍ଭ କରିଦେଲେଣି। ଉଲ୍ଲେଖ ଥାଉକି ଚିତ୍ରରେ ବ୍ୟବହାର ହେଉଥିବା ରଙ୍ଗ ତିଆରି କରିବା ପାଇଁ ଆଦିବାସୀମାନେ ବିଭିନ୍ନ‌ ମାଟି ଓ ସ୍ବତନ୍ତ୍ର ଗଛର ବିକଳକୁ ବ୍ୟବହାର କରନ୍ତି। ସେହିପରି ଏଠାରେ ବସବାସ କରୁଥିବା କୁଡୁମୀ ସଂପ୍ରଦାୟର ଲୋକମାନେ ମଧ୍ୟ ମକର ପର୍ବ ଅବସରରେ ଟୁସୁ ମିଳନ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ପରମ୍ପରା ଅନୁଯାୟୀ ଗ୍ରାମର କୁମାରୀମାନେ ମକର ପର୍ବର କିଛିଦିନ ପୂର୍ବରୁ ଟୁସୁ ଦେବୀଙ୍କ ମୂତି ଗ୍ରାମରେ ସ୍ଥାପନା ସହ ପୂଜାର୍ଚ୍ଚନା କରନ୍ତି । ଏହି ଅବସରରେ ଝୁମର ଗୀତ ଗାଇ ମାଦଳର ତାଳେ ତାଳେ ସମସ୍ତେ ନାଚନ୍ତି । ସେହିପରି ବାଥୁଡ଼ି ସଂପ୍ରଦାୟର ଲୋକମାନେ ମଧ୍ୟ ମକର ପର୍ବ ପାଳନ ପାଇଁ ସଜବାଜ ହେଲେଣି। ମକର ପର୍ବକୁ ଏହି ସଂପ୍ରଦାୟର ଲୋକମାନେ କୃଷି ନବବର୍ଷ ଭାବେ ପାଳନ କରୁଥିବାରୁ ଏବେଠାରୁ ଘରଦ୍ବାର ଓ ଧାନଖଳା ଲିପାପୋଛା ସହ କୃଷି ଉପକରଣ ସଜାଉଥିବା ଦେଖିବାକୁ ମିଳିଲାଣି।

Related Posts

About The Author

Add Comment