ଭଦ୍ରକ, 15.01.2021 (ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):– ଯେଉଁଦିନ ସୂର୍ଯ୍ୟ ଦେବତା ମକର ରାଶିରେ ପ୍ରବେଶ କରନ୍ତି, ଏହି ଦିନକୁ ମକର ସଂକ୍ରାନ୍ତି ରୂପେ ପାଳନ କରାଯାଇଥାଏ। ମକର ସଂକ୍ରାନ୍ତିରେ ଗଙ୍ଗାରେ ସ୍ନାନ କଲେ ମୋକ୍ଷପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ଏହି ଦିନରେ ଉତ୍ସବମୁଖର ହୋଇ ଉଠିଛି ଭଦ୍ରକ ଜିଲ୍ଲାର ଚେକାପଥର ବା ମା’ ଚକା ସାଆନ୍ତାଣୀଙ୍କ ପୀଠ । ଭଦ୍ରକ ଜିଲ୍ଲାରେ ମକର ସଂକ୍ରାନ୍ତି ଧୂମଧାମ୍ ଧୁମଧାମ୍ରେ ପାଳିତ ହୋଇଥାଏ। ପବିତ୍ର ମକର ସଂକ୍ରାନ୍ତି ପାଇଁ ଭଦ୍ରକ ଜିଲ୍ଲାର ବିଭିନ୍ନ ଦେବୀ ପୀଠରେ ମକର ମେଳା ଅୟୋଜିତ ହୋଇଥିବା ବେଳେ ଭଣ୍ଡାରୀପୋଖରୀ ବ୍ଲକର ନଗୁଆଁ ପଞ୍ଚାୟତର ମା ଚକା ସାଆନ୍ତାଣୀଙ୍କ ପୀଠରେ ମକର ମେଳା ଆୟୋଜିତ ହୋଇଥାଏ। ଜନବସତି ମଧ୍ୟରେ ରହିଥିବା ମା ଚକା ସାଆନ୍ତାଣୀଙ୍କ ପୀଠ ରହିଛି। ମା’ଙ୍କ ମହିମା ଅପାର ବୋଲି ଦୂର ଦୂରାନ୍ତରୁ ଭକ୍ତି ଛୁଟି ଆସନ୍ତି ।
ମକର ସଂକ୍ରାନ୍ତିରେ ମା’ ଚକା ସାଆନ୍ତାଣୀଙ୍କ ପୀଠରେ ଲାଗିଛି ଭକ୍ତଙ୍କ ଭିଡ
|
January 15, 2021 |



