ମଇତାପୁର ଭାରତ ସେବାନିଧି ସରକାରୀ ମାଧ୍ୟମିକ ବିଦ୍ୟାଳୟର ୫୫ ତମ ବାର୍ଷିକୀ ଉତ୍ସବ

Spread the love

ଭଦ୍ରକ, ୦୭/୧୨ (ସନ୍ଧାନ ନିୟୁଜ) ଭାରତ ସେବାନିଧି ସରକାରୀ ମାଧ୍ୟମିକ ବିଦ୍ୟାଳୟ, ମଇତାପୁର ର ୫୫ ତମ ବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହାକୁ ଆନୁଷ୍ଠାନୀକ ଭାବେ ଉଦ୍ଘାଟନ କରିବା ସହିତ ବିଦ୍ୟାଳୟର ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସମୟରେ ଅଭିଭୂତ ହୋଇ ” ବ୍ଲକ୍‌ର ଏହି ବିଦ୍ୟାଳୟକୁ ମାେର୍‌କୋଣା ସ୍ଥିତ ରଘୁନାରାୟଣ ସରକାରୀ ମାଧ୍ୟମିକ ବିଦ୍ୟାଳୟ ପରେ ଏହାକୁ 9ୟ ମଡେଲ ସ୍କୁଲରେ ପରିଣତ କରିବା ପାଇଁ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିବାକୁ ଯୋଷଣା କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ସ୍ଵର୍ଗତଃ ପରମାନନ୍ଦଜୀଙ୍କ ୯୨ ତମ ଜୟନ୍ତୀ ଅବସରରେ ତାଙ୍କର ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ମୂଖପତ୍ରକୁ ଲୋକାର୍ପଣ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ ସୂର୍ଯ୍ୟମଣି ବୋଇତି ପୌରହିତ୍ୟ କରିଥିବା ବେଳେ ଗୋଷ୍ଠୀ ଶିକ୍ଷାଧିକାରୀ ଡ. ମାୟାଧର ସାହୁ, ମୂଖ୍ୟ ବକ୍ତା ଭାବରେ ଓ ସମ୍ମାନୀତ ବକ୍ତା ଭାବରେ କମଳାକାନ୍ତ ପତି, ପରିଚାଳନା କମିଟି ସଭାପତି, ଗଜେନ୍ଦ୍ର ଖିଲାର , ଓଷ୍ଠାର ସମ୍ପାଦକ ମାୟାଧର ସାହୁ, ସି.ଆର୍ସି.ସି. ସ୍ଵସ୍ତିକ ମହାପାତ୍ର ଓ ଏସ୍.ଏସ୍. ପଣ୍ଡିତ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିବା ବେଳେ ଉରତ ଚନ୍ଦ୍ର ଦାସ, ମଞ୍ଚ ପରିଚାଳନା, ମହେଶ୍ଵର ଭୂୟାଁ , ସ୍ଵାଗତ ଭାଷଣ, ମଙ୍ଗୁଳି ଚରଣ ଗାହାଣ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷୟିତ୍ରୀ ଦେବସ୍ମିତା ମାଝି ଧନ୍ୟବାଦ ଅର୍ପଣ କରିଥିଲେ । ଇତ୍ୟବସରରେ ବିଭିନ୍ନ କୃତି ପ୍ରତିଭାଙ୍କୁ ସେମାନଙ୍କ କୃତି ପାଇଁ ମୂଖ୍ୟ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇ ଥିବା ବେଳେ ରାଜ୍ୟ ସଂସ୍କୃତି ବିଭାଗ ଡ୍ଯାନ୍ସ ଗୃପ୍ ଦ୍ବାରା ପ୍ରଦର୍ଶିତ ସମ୍ବଲପୁରୀ ନୃତ୍ୟ ଓ ଛାତ୍ରୀ ପିପିସା ଦାସଙ୍କ ଦ୍ଵାରା ପ୍ରଦର୍ଶିତ ଓଡ଼ିଶୀ ନୃତ୍ୟରେ ଉତ୍ସବର ମାହୋଲ ମନ୍ତ୍ର ମୁଗ୍ଧ ହୋଇ ଯାଇଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଂଶଗ୍ରହଣ କରିଥିଲେ ।

Related Posts

About The Author

Add Comment