ଭଦ୍ରକ, ୪/୧୨ (ସନ୍ଧାନ ନିଉଜ) : ବାସୁଦେବପୁର ବ୍ଲକ ଅନ୍ତର୍ଗତ ବରଣ୍ଡୁଆ ଗ୍ରାମରେ ଘଟି ଯାଇଛି ଭୟାଭୟ ଅଗ୍ନିକାଣ୍ଡ | ଗାଁର କୈଳାସ ମହାପାତ୍ରଙ୍କ ଘରେ ନିଆଁ ଲାଗି ଜଳି ଯାଇଛି ୫ ବଖରା ଘର | ନିଆଁର ପ୍ରକୋପ ଏତେ ଥିଲା ଯେ ସବୁକିଛି ପୋଡ଼ି ପାଉଁଶ ହୋଇଯାଇଛି | ଖବର ପାଇ ବାସୁଦେବପୁର ଅଗ୍ନିଶ୍ରମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ନିଆଁ ଦାଉରୁ କିଛି ବି ବର୍ତ୍ତି ପାରି ନଥିଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡି ନଥିଲା ମଧ୍ୟ ପ୍ରାଥମିକ ଭାବେ ରୋଷେଇ ଘରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ଭୟାବହ ଅଗ୍ନିକାଣ୍ଡ, ପାଇଁଶ ହେଲା ୫ ବଖରା ଘର |
|
December 4, 2019 |



