ଭୟଙ୍କର ରୂପ ନେଲା ବାତ୍ୟା ‘ବୁଲବୁଲ୍‌’,

Spread the love

କୋଲକାତା, ୭/୧୧ (ସନ୍ଧାନ ନିଉଜ)  : ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌ ଭୟଙ୍କର ରୂପ ନେଇଛି। ଆଗାମୀ ୬ ଘଣ୍ଟା ମଧ୍ୟରେ ଏହାର ପ୍ରଭାବ ଦେଖାଯିବ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବୁଲ୍‌ବୁଲର ପ୍ରଭାବ ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳରେ ଦେଖାଯିବ। ଆଜି ସନ୍ଧ୍ୟା ୫ଟା ୩୦ରେ ବୁଲ୍‌ବୁଲ୍‌ ଉଗ୍ର ରୂପ ଧାରଣ କରିଛି। ଫଳରେ ଶୁକ୍ରବାର ସକାଳ ଠାରୁ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି। ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ମୟୂରଭଂଜ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷିବ। ଏହି ଜିଲ୍ଲାଗୁଡ଼ିକରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ସ୍କୁଲ-କଲେଜଗୁଡ଼ିକ ଛୁଟି ଘୋଷଣା କରାଯାଇଛି।

ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଏନଡିଆରଏଫ ଟିମ୍‌ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପିକେ ମିଶ୍ର ଓଡ଼ିଶା, ପଶ୍ଚିମବଙ୍ଗ ଓ କେନ୍ଦ୍ର ଶାସିତ ରାଜ୍ୟ ଆଣ୍ଡାମାନ ନିକୋବର ଦୀପପୁଞ୍ଜ ସମୂହର ସଚିବଙ୍କ ସହ ବୈଠକ କରିଛନ୍ତି। ବୈଠକରେ ପ୍ରାକୃତିକ ବିପର୍ଯ୍ୟୟରୁ ବର୍ତ୍ତିବା ନେଇ ଆଲୋଚନା ହୋଇଛି।

କେନ୍ଦ୍ର ସରକାରଙ୍କ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ବୁଲ୍‌ବୁଲ ପାଇଁ ସମୀକ୍ଷା ବୈଠକ ହୋଇଛି। ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବାତ୍ୟା ସଂପର୍କରେ ସୂଚନା ଦେଇଛନ୍ତି ଯେ, ଘଣ୍ଟା ପିଛା ପବନର ବେଗ ୭୦ ରୁ ୮୦ କିଲୋମିଟର ରହିବ। କେନ୍ଦ୍ରରେ ଏହାର ଗତି ଘଣ୍ଟା ପିଛା ୯୦ କିଲୋମିଟର ରହିବ। ପ୍ରବଳ ବର୍ଷା ହେବ।

ବାତ୍ୟା ଯୋଗୁଁ ଅଶାନ୍ତ ହେବାକୁ ଥିବା ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ଉପଦେଶ ଦିଆଯାଇଛି। ଆହୁରି କୁହାଯାଇଛି କି, ଯେଉଁମାନେ ସମୁଦ୍ରକୁ ମାଛମାରି ଯାଇଛନ୍ତି, ସେମାନେ ଫେରିଆସନ୍ତୁ।

Related Posts

About The Author

Add Comment