ଭଡ଼ାଘରୁ ଯୁକ୍ତ ତିନି ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ହତ୍ୟା କରିଥିବା ପରିବାର ଲୋକ ଆଣିଲେ ଅଭିଯୋଗ

Spread the love
ବଲାଙ୍ଗିର ,  ୦୯/୦୯ (ସନ୍ଧାନ ନିୟୁଜ) ବଲାଙ୍ଗିର ସହର ଶାନ୍ତପଡାରେ ଭଡ଼ାଘରୁ ଜଣେ ଯୁକ୍ତ ତିନି ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି  । ମୃତ ଛାତ୍ର ରମଣୀକାନ୍ତ  ବଲାଙ୍ଗିର ରାଜେନ୍ଦ୍ର ୟୁନିଭରସିଟିର ଯୁକ୍ତ ତିନି ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷ ପଢ଼ୁଥିଲେ ।

ପୁଅକୁ  ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ପରିବାର ଲୋକେ  ଅଭିଯୋଗ କରିଛନ୍ତି। ପୁଲିସ,ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛି। ରମଣୀକାନ୍ତ ରୋଷେଇ ଘରେ ଥିବା ରେଲିଂରେ ଝୁଲିଥିବା ସାଙ୍ଗସାଥୀ ଦେଖିଥିଲେ ।

ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ କବାଟ ଭାଙ୍ଗି ରୁମ୍‌ ଭିତରେ ପହଞ୍ଚିଥିଲାହେଲେ ମୃତଦେହ ଉଦ୍ଧାର କରି  ନଥିଲା। ଆଜି ସକାଳେ ରମଣୀକାନ୍ତଙ୍କ ପରିବାର ଲୋକ ପହଞ୍ଚିବା ପରେ ମୃତଦେହ ଉଦ୍ଧାର କରାଯାଇଥିଲା।

Related Posts

About The Author

Add Comment