ଭ୍ୟାନର ଟାୟାର ଫାଟି ଟ୍ରକ ସହିତ ଧକ୍କା, ନିଆଁ ଲାଗିଲା: ୭ ଜଣ ଜୀଅନ୍ତା ଜଳିଗଲେ

Spread the love

ଉନ୍ନାବ, ୧୭/୨/୨୦ (ସନ୍ଧାନ ନିଉଜ) : ଲକ୍ଷ୍ନୌ-ଆଗରା ଏକ୍ସପ୍ରେସ-ୱେ ସ୍ଥିତ ବାଙ୍ଗରମଉ କଟ ନିକଟରେ ହରଦୋଇ ଆଡ଼କୁ ଯାଉଥିବା ଏକ ଭ୍ୟାନ ଟାୟାର ଫାଟିଯିବାରୁ ଅନିୟନ୍ତ୍ରିତ ହୋଇ ସାମନାରୁ ଆସୁଥିବା ଟ୍ରକ ସହିତ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ଥିଲାଯେ, ଭ୍ୟାନରେ ନିଆଁ ଲାଗିଯାଇଥିଲା। ସିଏନଜି ସିଲିଣ୍ଡରରେ ନିଆଁ ଲାଗିଥିବାରୁ ଭ୍ୟାନରେ ନିଆଁ ଜୋରରେ ବ୍ୟାପିବାରେ ଲାଗିଲା। ଭ୍ୟାନରେ ଯାତ୍ରାକରୁଥିବା ସମସ୍ତ ସାତ ଜଣ ଲୋକ ନିଆଁରେ ଜୀଅନ୍ତା ଜଳିଗଲେ।

ଆଖି ବୁଜୁବୁଜୁ ନିଆଁ ଏତେ ଜୋରରେ ଭ୍ୟାନ ଭିତରକୁ ବ୍ୟାପିଯାଇଥିଲାଯେ, ଲୋକମାନଙ୍କୁ ବାହରକୁ ବାହାରିବାର ମୌକା ମିଳିନଥିଲା ଏବଂ ଭ୍ୟାନରେ ହିଁ ସେମାନେ ଜଳି ପାଉଁଶ ହୋଇଯାଇଥିଲେ।

ଟ୍ରକରେ ମଧ୍ୟ ନିଆଁ ଲାଗିଲା। ଚାଲକ ଏବଂ କ୍ଲିନର ଛାଡ଼ିକର ଟ୍ରକରୁ ତୁରନ୍ତ ଓହ୍ଲାଇ ପଡ଼ିଲେ। ପୋଲିସର ସୂଚନା ପରେ ପହଁଚିଥିବା ଦମକଳର ତିନି ଗାଡ଼ି ନିଆଁକୁ ଆୟତ୍ତ କରିଥିଲେ। ଭ୍ୟାନ ଭୀତରୁ ସାତଜଣଙ୍କର ଶବ ମିଳିଛି। ମୃତକମାନଙ୍କର ପରିଚୟ ଜଣାପଡ଼ିନାହିଁ।

ଦୁର୍ଘଟଣାଗ୍ରସ୍ତ ଟ୍ରକରେ ଶୋରିଷ ତେଲର ଡବା ଲଦା ହୋଇଥିଲା। ନିଆଁ ଟ୍ରକର କ୍ୟାବିନ ହୋଇକରି ପଛପଟେଥିବା ପାଲରେ ଲାଗିଥିଲା ଏବଂ ଭିତର ଲଦା ଶୋରିଷ ତେଲ ଏବଂ ଘିଅରେ ଲାଗିବାରୁ ନିଆଁରେ ଘିଅ ପଡ଼ି ଭୟଙ୍କର ଆକାର ଧାରଣ କରିଥିଲା। ଏହାଯୋଗୁଁ ଭ୍ୟାନରେ ଲାଗିଥିବା ନିଆଁରେ ମଧ୍ୟ ତେଲ ଏବଂ ଘିଅ ନିଆଁକୁ ଆହୁରି ବଢ଼ାଇବାରେ ସାହାଯ୍ୟ କରିଥିଲେ। ଏପରି ସ୍ଥଳେ ତିନିଥର ଦମକଳ ବାହନକୁ ପାଣି ଭରି ଆଣିବାକୁ ପଡ଼ିଥିଲା।

ଧୂ-ଧୂ ହୋଇ ଜଳୁଥିବା ଭ୍ୟାନରେ ଥିବା ସାତଜଣଲୋକଙ୍କର ଚିତ୍କାର ଶୁଭୁଥିଲା, କିନ୍ତୁ କେହି ବଞ୍ଚାଇବାକୁ ସାହାସ କଲେ ନାହିଁ। ନିଆଁ ଏତେ ଭୟାବହ ଥିଲା କି ଭ୍ୟାନର ଦ୍ୱାର ଖୋଲିପାରିନଥିଲେ ଲୋକେ ଏବଂ ପ୍ରାୟତଃ ୨୦ ମିନଟ ପର୍ଯ୍ୟନ୍ତ ଭ୍ୟାନରେ ଚିତ୍କାର କରିଥିଲେ। ତା’ ପରେ ଧୀରେ-ଧୀରେ ଭ୍ୟାନରୁ ଚିତ୍କାର ଶାନ୍ତ ହୋଇଥିଲା, ସମସ୍ତେ ଜୀଅନ୍ତା ଜଳିଯାଇଥିଲେ। ପ୍ରାୟତଃ ଦେଢ଼ ଘଣ୍ଟା ପରେ ନିଆଁକୁ ଆୟତ କରାଯାଇଥିଲା। ଗେଟ ଭାଙ୍ଗି ସମସ୍ତଙ୍କର କଙ୍କାଳ ବାହାର କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଉପରେ ଗଭାର ଶୋକ ପ୍ରକଟ କରିଛନ୍ତି। ଦିବଙ୍ଗତ ଆତ୍ମାଙ୍କର ଶାନ୍ତି କାମନା କରି ମୃତକଙ୍କର ଶୋକ ସନ୍ତପ୍ତ ପରିବାରଜନଙ୍କ ପ୍ରତି ନିଜର ସମ୍ବେଦନା ବ୍ୟକ୍ତ କରିଛନ୍ତି।

Related Posts

About The Author

Add Comment