ଭୋଟ ବର୍ଜନ କଲେ କୋରାପାଲି ଗ୍ରାମର ୯୦୦ ଭୋଟର: ଭୋଟକେନ୍ଦ୍ର ୮ କିମି ଦୂର

Spread the love

ମାଲକାନଗିରି, ୧୧/୪ (ସନ୍ଧାନ ନିୟୁଜ) ଆଜି ଥିଲା ଗଣତନ୍ତ୍ରର ବଡପର୍ବ, ସମଗ୍ର ମାଲକାନଗିରି ଜିଲ୍ଲାରେ ଆନନ୍ଦରେ ବିଭିନ୍ନ ଗ୍ରାମବାସୀମାନେ ଭୋଟ ଦେଉଥିବା ବେଳେ ସେଥିରୁ ବଚିଂତ ହୋଇଛନ୍ତି ମାଥିଲି ବ୍ଲକସ୍ଥ କୋରାପାଲି ଗ୍ରାମର ୯୦୦ଭୋଟର। ମାଥିଲି ବ୍ଲକସ୍ଥ ବଡ କୋରାପାଲି ଓ ସାନ କୋରାପାଲି ଗ୍ରାମରେ ପ୍ରାୟ ୯ ଶହରୁ ଉର୍ଦ୍ଧ୍ୱଭୋଟର ଥିବାରୁ ବଡକୋରାପାଲି ଗ୍ରାମରେ ଏକ ଭୋଟ କେନ୍ଦ୍ର ଖୋଲିବା ପାଇଁ ଦୀର୍ଘବର୍ଷ ହେଲା ଦାବି ହୋଇଆସୁଥିଲେ ମଧ୍ୟ ଏଥିପ୍ରତି କେହି ପ୍ରଶାସନିକ ଅଧିକାରୀ ମାନେ ଗୁରୁତ୍ୱ ନ ଦେଇ ଗ୍ରାମଠାରୁ ଦୀର୍ଘ୮ କିମି ଦୂର ଗୁରୁଗୁଡା ଗ୍ରାମଠାରେ ଭୋଟକେନ୍ଦ୍ର ଖୋଲିଛନ୍ତି। ପ୍ରବଳ ଖରା ରେ ଦୀର୍ଘ ୮କିମି ଦୂର ରାସ୍ତା ବୃଦ୍ଧ, ବୃଦ୍ଧା ଭୋଟରମାନେ ଯିବା ସମ୍ଭବପର ହେଉନଥିବାରୁ ବଡକୋରାପାଲି ଓ ସାନକୋରାପାଲି ଗ୍ରାମର ୯୦୦ରୁ ଉର୍ଦ୍ଧ୍ୱ ଭୋଟର ଗ୍ରାମମୁଣ୍ଡରେ ଏକତ୍ରୀତ ହୋଇ ପ୍ରତିବାଦ ଜଣାଇ ଭୋଟ ବର୍ଜନ କରିଛନ୍ତି। ଦୁଇଟି ଗ୍ରାମର ୯୦୦ ଭୋଟର ଭୋଟ ବର୍ଜନ କରିଥିଲେ ମଧ୍ୟ କେହି ପ୍ରଶାସନିକ ଅଧିକାରୀ ସେହି ଗ୍ରାମକୁ ଯାଇନଥିବାରୁ ଗ୍ରାମବାସୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।

 

Related Posts

About The Author

Add Comment