ଭୋଟ ଦେଉପାରୁନଥିବା ଗ୍ରାମବାସୀ: କିଏ ଦାୟୀ ପ୍ରଶାସନ ନା ଗ୍ରାମବାସୀ?

Spread the love

ଭୂବନେଶ୍ୱର ୧୮/୪ (ସନ୍ଧାନ ନିୟୁଜ) ସ୍ୱାଧୀନତା ଦୀର୍ଘଦଶନ୍ଧି ଗଲାଣି । କିନ୍ତୁ ଆଜିବି ରହିଛି ସ୍ୱେଚ୍ଛାଚାରୀ ଏବଂ ଯୋରଯାର ମୂଲକ ତାର ନୀତି । ଏଭଳି ନୀତରେ ସାଧରଣ ନାଗରିକ ବା କଣ କରିପାରିବ । ଯେଉଁଠି ଅହି ଆଉ ନକୂଳର ମିଳନ ହେଉଛି ସେଠି ସାଧରଣ ଭୋଟରଙ୍କ କଥା କିଏବା ଭାବିବ । ହଁ ଆମେ କହୁନୁ ବରଂ ନିଜେ ଗ୍ରାମବାସୀ କହିଛନ୍ତି ଏପର କଥା । ଯାଜପୁର ଜିଲ୍ଲାରେବି ଏଭଳି ଗାଁ ଅଛି ଯିଏକି ନିଜର ଭାରତର ନାଗରିକ ଭାବେ ଯଦିଓ ନାମ ରହିଛି ଭୋଟର ତାଲିକାରେ ହେଲେ ଭୋଟ ଦାନ କରନ୍ତିନାହିଁ । ଏଭଳି ଗ୍ରାମ ହେଉଛି ଧର୍ମଶାଳା ବ୍ଲକର ସାରୋଇ ଗ୍ରାମ । ଗ୍ରାମରେ ସାଧରଣବର୍ଗ ଏବଂ ଆଦିବାସୀ ହରିଜନ ସମେତ ଅନ୍ୟନ ବର୍ଗର ଲୋକମଧ୍ୟ ବାସ କରନ୍ତି । ହେଲେ ଦୀର୍ଘଦିନ ଧରି ଏମାନେ ଯଦିଓ ରାଜ୍ୟର ପ୍ରମୁଖ ଦଳକୁ ନିଜର ସମର୍ଥନ କାହା ଡରରେ ହେଉ ବା ନିଜ ସ୍ୱଉଚ୍ଚାରେ ସମର୍ଥନ ଜଣାଇଆସୁଥିଲେ । ମାତ୍ର ଭୋଟ ଦାନ କରିବା ସମସ୍ତ ନାଗରିକଙ୍କର ଅଧିକାର ହୋଇଥିବା ବେଳେ ଏଠିକାର ଗ୍ରାମବାସୀ ଭୋଟ ଦେବାକୁ ଯାଆନ୍ତିନାହିଁ । କିନ୍ତୁ ଚଳିତ ପଂଚାୟତ ନିର୍ବାଚନ ସମୟରେ ମଧ୍ୟ ବିଜେପିର ଜିଲ୍ଲା ସମ୍ପାଦକ ସର୍ବେଶ୍ୱର ବେହୁରାଙ୍କ ପତ୍ନୀ ସୁନ୍ଦରିଆର ସମିତିସଭ୍ୟ ଭାବେ ପାର୍ଥୀ ହୋଇଥିଲେ ମଧ୍ୟ ନିଜେବି ତାଙ୍କ ଗ୍ରାମରେ ଭୋଟ ଦେଇପାରିନଥିଲେ । ଦୀର୍ଘଦନି ଧରି ଏହି ଗ୍ରାମରେ କିଛିମୁଷ୍ଟିମେୟ ଲୋକ ନିର୍ବାଚନକୁ ଏକଚାଟିଆ ଭାବେ ଭୋଟ ଦେଇଆସୁଛନ୍ତି । ମାତ୍ର ଲୋକମାନେ ପ୍ରତିବାଦ କରିପାରନ୍ତିନି? ଏଭଳି ଏକ ଉପୂକଳ ଓଡିଶାରେ ଗ୍ରାମବାସୀ ଭୋଟ ଦାନରୁ ଅବ୍ୟହତି ନେଇଥିଲେ ମଧ୍ୟ ତାଙ୍କର କଥା ବୁଝବାକୁ ପ୍ରଶାସନ କେବେବି ପ୍ରଚେଷ୍ଟା କରିନାହିଁ । ବରଂ ଉସôାହିତ କଲାଭଳି ମନେ ହୁଏ । ଗ୍ରାମବାସୀ କହିଛନ୍ତି ଆମେ ଭୋଟ କିପରି ଦିଆଯାଏ ତାହା ଯାଣୁନା । ପୂର୍ବଥର ଭଳି ସବୁଥର ସେମାନେ ଆମ ଭୋଟ ଦେଇଦିଅନ୍ତି । ଯଦି ଏଭଳି ଚାଲେ ତେବେ ରାଜ୍ୟରେ ଗଣତନ୍ତ୍ରର ସରକାର କରିଛି ବୋଲି ଆପଣମାନେ ଭାବୁଛନ୍ତିକି । ଏଭଳି କ୍ଷେତ୍ରରେ ଆମେ ଦୋଷ କାହାକୁ ଦେବା ପ୍ରଶାସନକୁ ନା ଗ୍ରାମବାସୀଙ୍କୁ? ପ୍ରଶାସନ ନିଜର ଦାୟିତ୍ୱ ଏବଂ ନାଗରିକଙ୍କୁ ଭୋଟଦାନ କରାଇବାରେ ବିଫଳ ନା ଗ୍ରାମବାସୀ ପ୍ରତିବାଦ କରିବାକୁ ଭୟ କରୁଛନ୍ତି । ତାହା କିଏ କହିବ । ଏଠି ଯିଏ କହିବ ଦୋଷ ତାହାର ନ୍ୟାୟରେ ଆମେ ମଧ୍ୟ କାହାକୁ ଦୋଷ ନଦେଇ ଲେଖିବା ବନ୍ଦ କରୁଛୁ । କିନ୍ତୁ ବୁଲିବେ ନାହିଁ ଆପଣଙ୍କ ନାଗରିକତାର ଅଧିକାର କେବଳ ଆପଣଙ୍କର ତାହାକୁ ଅନ୍ୟ ହାତକୁ ଠେକନ୍ତୁ ନାହିଁ । ଏକଥା ଭଲ ଭାବରେ ବିଚାର କରନ୍ତି । ଏବେ ବିଚାର ଆପଣଙ୍କ ହାତରେ…..

Related Posts

About The Author

Add Comment