ଭୋଟିଂ ମେସିନ ସମ୍ପର୍କିତ ବ୍ଲକସ୍ତରୀୟ ସଚେତନତା ଶିବିର

Spread the love

ଯାଜପୁର, ୧୦/୩ (ସନ୍ଧାନ ନିୟୁଜ/ ଜେ ରାଉତ) ରସୁଲପୁର ବ୍ଲକ ସମ୍ମିଳନୀ କକ୍ଷରେ ଆଜି ବିଡିଓ ଉମାକାନ୍ତ ପରିଡାଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ନିର୍ବାଚନୀ ପ୍ରସ୍ତୁତି ନେଇ ଆଲୋଚନା କରାଯାଇଥିଲା । ବିଭିନ୍ନ ପଂଚାୟତରୁ ଆସିଥିବା ଜନପ୍ରତିନଧି, ରାଜନୈତିକ ଦଳର ପ୍ରତିନିଧରଗଣ, ଗଣମାଧ୍ୟମର ପ୍ରତିନିଧିଗଣ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥିସହ ବୈଦୁତିକ ଭୋଟିଂ ମେସିନ ଓ ଭିଭିପାଟ୍ ମେସିନ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି ଦାଇତ୍ୱରେ ଥିବା ଅଧିକାରୀମାନେ ଭୋଟିଂ ମେସିନ ଓ ଭିଭିପାଟ୍ର ଡେମୋ ପ୍ରଦର୍ଶନ କରିଥିଲେ । ଚଳିତ ସାଧାରଣ ନିର୍ବାଚନରେ ନୂତନ ଭାବରେ ଭିଭିପାଟ୍ ବ୍ୟବହାର କରାଯାଉଛି । ତାର ବ୍ୟବହାରିତା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା । ଏଥିସହ ଭୋଟ ଗ୍ରହଣ ଦିବସରେ ମକ ପୋଲିଂର ୧୫ ମନିଟ୍ ପୂର୍ବରୁ ଏଜେଂଟମାନେ ବୁଥ୍ ମଧ୍ୟରେ ପ୍ରବେଶ କରିବେ । ଭୋଟଗ୍ରହଣ ହେବାର ୧ଘଂଟା ପୂର୍ବରୁ ମକ ପୋଲିଂ ଆରମ୍ଭ ହେବ । ଭୋଟିଂ ବେଳେ ବ୍ୟତିକ୍ରମ ଦେଖାଦେଲେ ଏ ନେଇ ଭୋଟଦାତା ପ୍ରିଜାଇଡିଂ ଅଧିକାରୀ ଓ ପୋଲିଂ ଅଧିକାରୀଙ୍କ ନଜରକୁ ଆଣିବେ । ବାଲାଟକୁ ଗୋପନୀୟ ରଖିବା ଦିଗରେ ବ୍ୟାପକ ପଦକ୍ଷେପ ନିଆଯିବ । ଏ ନେଇ ବିଭିନ୍ନ ପର୍ଯ୍ୟାୟରେ ସୂଚନା ପ୍ରଦାନ କରାଯାଇଥିଲା । ଏବିଡିଓ ଅସିତ୍ କୁମାର ପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ସାଂସଦଙ୍କ ପ୍ରତିନିଧି ପ୍ରକାଶ ସାମଲ, ବରୀ ବିଧାୟକଙ୍କ ପ୍ରତିନିଧି ପ୍ରଫୁଲ ସାହୁ, କୋରେଇ ବିଧାୟକ ପ୍ରତିନିଧି ପ୍ରହ୍ଲାଦ ପଣ୍ଡା, ସହକାରୀ ବ୍ଲକ ଶିକ୍ଷାଧିକାରୀ ଭିକାରୀ ଚରଣ କବି, ସିଆରସିସି ଦେବରାଜ ମିଶ୍ର, ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ଦିବ୍ୟକାନ୍ତି ମିଶ୍ର, ଏପିଓ ବିଷ୍ଣୁଦତ୍ତ ଧଳ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Related Posts

About The Author

Add Comment