ଭୁବନେଶ୍ୱର, 21/05 (ସନ୍ଧାନ ନିଉଜ) ପ୍ରଥମ ଲହର ତୁଳନାରେ ୨ୟ ଲହରରେ ଗ୍ରାମାଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବଢିବା ସରକାର ଓ ପ୍ରଶାସନ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି l ପରେ ପରେ ଏବେ ଜ୍ୱର ଆକ୍ରାନ୍ତ ଓ ଲକ୍ଷଣଯୁକ୍ତ ଲୋକ ରହିଥିବା ବେଳେ ସଚେତନତାର ଅଭାବ ଏବଂ କୋଭିଡ ଟେଷ୍ଟ ଭୟରେ ସେମାନେ ଡାକ୍ତରଖାନାକୁ ଆସୁନାହାନ୍ତି l ଆଉ ଏଭଳି ପରିସ୍ଥିତିରେ ଗ୍ରାମାଞ୍ଚଳର ଲୋକେ କୌଣସି କଟକଣାକୁ ନମାନିବା ଆଗକୁ ବିପଦ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି l ଏହାର ଜ୍ବରନ୍ତ ଉଦାହରଣ ହେଲା ହିଂଜିଳିକାଟୁ ବ୍ଲକ l ତେବେ ହିଂଜିଳିକାଟୁ ବ୍ଲକ ଅନ୍ତର୍ଗତ ପି ଗୋପୀନାଥପୁରର କଲ୍ୟାଣ ମଣ୍ଡପ ଶୁକ୍ରବାର ଦିନ ଉକ୍ତ ଗ୍ରାମର ଗଗନଙ୍କ ବାହାଘର ଚାଲିଥିବା ବେଳେ ୧୦୦୦ ଲୋକ ପାଇଁ ଭୋଜି ଆୟୋଜନ ହୋଇଥିଲା l ତେବେ କୌଣସି ସୁତରୁ ଖବର ପାଇ ହିଂଜିଳିକାଟୁ ବିଡ଼ିଓ ସୁବ୍ରତ କୁମାର ଜେନା ଓ କାର୍ଯ୍ୟନିବାହୀ ଅଧିକାରୀ ଡ଼ ମନୋରଂଜନ ସାହୁ , ଥାନା ଅଧିକାରୀ ଅଭିମନ୍ୟୁ ଦାଶ ଚଢ଼ାଉ କରିଥିଲେ l ପରେ ରାନ୍ଧିଥିବା ଖାଦ୍ୟ ସାମଗ୍ରୀକୁ ଉକ୍ତ ଗ୍ରାମରେ ଘରକୁ ଘର ବଣ୍ଟନ କରିଥିଲେ l ଗଗନଙ୍କ ବାପାଙ୍କୁ ପୋଲିସ ଅଟକ ରଖିଛି l
ଭୋଜି ବନ୍ଦ କଲା ହିଂଜିଳିକାଟୁ ପ୍ରଶାସନ , ରାନ୍ଧିଥିବା ସାମଗ୍ରୀ ଘରକୁ ଘର ବଣ୍ଟନ
|
May 21, 2021 |