ଜେନାପୁର, ୨୯ ।୩(ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ): କରୋନା ପାଇଁ ସମଗ୍ର ଜେନାପୁର ଅଂଚଳରେ ଏବେ ଅଚଳା ବସ୍ଥା ଜାରି ରହିଛି । ଲୋକମାନେ କାମ ଧନ୍ଦାକୁ ଯାଇ ନପାରି ଦିନେ ଖାଇଲେ ଓଳିଏ ଉପବାସରେ ରହିଭବା ଭଳି ଅବସ୍ଥା ସୃଷ୍ଟି ହୋଇଛି । ଏହି ଲକ ଡାଉନ ପ୍ରଭାବରେ ମଜୁରିଆ ଶ୍ରେଣୀର ଲୋକମାନେ ବେଶ ପ୍ରବାବିତ ହେଉଛନ୍ତି । ଏହା ସହିତ ଭୀକାରୀ, ନିରାଶ୍ରୟ, ଭିନ୍ନକ୍ଷମ, ଓ ଆଦିବାସୀ ମହିଳା ମାନେ ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜେନାପୁର ଥାନା ଅଧିନ ଦଣ୍ଡାଘାଟି ଠାରେ କାର୍ଯ୍ୟକରୁଥିବା ଜୟ ଜଗନ୍ନାଥ ସେବା ପ୍ରତିଷ୍ଠାନ ନେତାଜୀ ସାମ୍ବାଦିକ ସଙ୍ଘ, ସଚେତନ ନାଗରିକ ମଞ୍ଚଙ୍କ ସହାୟତାରେ ଆଜି ଚକ୍ରଧରପୁର ପଂଚାୟତ ଅନ୍ତର୍ଗତ ବଳାଙ୍ଗିଆ ଆଦିବାସୀ ଗାଁରେ ପହଞ୍ଚô ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ । ଅନୁଷ୍ଠାନର ସଭାପତି ସାମସୁନ୍ଦର ପଣ୍ଡା ସଚେତନ ନାଗରିକ ମଞ୍ଚଓ ନେତାଜୀ ସାମ୍ବାଦିକ ସଙ୍ଗର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସହେଯାଗ କରିବା ସହିତ ଖାଦ୍ୟ ପଦାର୍ଥକୁ ଲୋକମାନଙ୍କୁ ପରସି ଥିଲେ । ରନ୍ଧା ଖାଦ୍ୟ ଲୋକାମନଙ୍କୁ ଦେବା ସମୟରେ ପ୍ରଶାସନର ସାମାଜିକ ଦୁରତା କଥାକୁ ଧ୍ୟାନରେ ରଖି ଲୋକମାନଙ୍କୁ ଏକ ମିଟର ପରସ୍ପର ମଧ୍ୟରେ ଦୁରତା ବଜାୟ ରନ୍ଧା ଯାଇଥିବା ଖାଦ୍ୟ ଖେଚୁଡି, ଅରୁଆ, ଡାଲମା ଆଦି ଖାଦ୍ୟ ଗ୍ରହଣ କରିବାକୁ ନିବେଦନ କରାଯାଇଥିଲା । ଛୋଟ ଛୋଟ ପିଲାମାନେ ଧାଡିରେ ଆସି ରନ୍ଧା ଖାଦ୍ୟ ନେଇଥିଲେ । ଯାଜପୁର ଏସଡିପିଓ ଚିନ୍ମୟ ନାୟକ, ଥାନା ଅଧକାରୀ ଶୁସାନ୍ତ କୁମାର ଦାସ ଉପସ୍ଥିତ ରହି ଅଂଚଳରେ ବାସ କରୁଥିବା ଲୋକମାନଙ୍କୁ କରୋନାର ଭୟାବହତା ସମ୍ପର୍କରେ ଆଦିବାସି ମାନଙ୍କୁ ବୁଝାଇଥିଲେ । ନେତାଜୀ ସାମ୍ବାଦିକ ସଙ୍ଘ ଓ ସଚେତନ ନାଗରିକ ମଞ୍ଚର ସଭାପତି ସରୋଜକାନ୍ତ ବେହେରାଙ୍କ ସମେତ ସମସ୍ତ ସଦସ୍ୟମାନେ ଉପସ୍ଥିତରହି ଜଣ ଜଣ କରି ସମସ୍ତଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ ।
ଭୋକିଲାଙ୍କୁ ରନ୍ଧା ଖାଦ୍ୟ ପରଷିଲା ଜୟ ଜଗନ୍ନାଥ ସେବା ପ୍ରତିଷ୍ଠାନ
|
March 29, 2020 |
