ଭୂମିହୀନ ଚାଷୀଙ୍କ ପାଇଁ ଆସିବ ଆଇନ୍

Spread the love

ଭୁବନେଶ୍ୱର,୧୮/୦୪ (ସନ୍ଧାନ ନିଉଜ) : ରାଜ୍ୟ ସରକାର ଭୂମିହୀନ ଚାଷୀଙ୍କ ପାଇଁ ‘ଚାଷଜମି ଲିଜ ଆଇନ’ ଆଣିବାକୁ ଯାଉଛନ୍ତି। ସେଥିପାଇଁ ଡ୍ରାଫ୍‌ଟ ଓଡ଼ିଶା ଆଗ୍ରିକଲ୍‌ଚରାଲ ଲ୍ୟାଣ୍ଡ ଲିଜିଂ ଆକ୍ଟ ପ୍ରସ୍ତୁତ ହୋଇଛି। ଏଥିରେ ଭୂମିହୀନ ଚାଷୀଙ୍କୁ ସ୍ୱୀକୃତି ଦେବା ସହ ଅନ୍ୟାନ୍ୟ ସରକାରୀ ସୁବିଧା ମିଳିବାର ବ୍ୟବସ୍ଥା ରହିଛି। ଭାଗଚାଷୀକୁ ସୁବିଧା ଯୋଗାଇବା ପାଇଁ ଜମିକୁ ଲିଜ୍‌ ଦିଆଯିବ। ପଞ୍ଜିକୃତ ଚାଷୀ, ଏସଏଚଜି, ଜଏଣ୍ଟ ଲାଏବିଲିଟି ଗ୍ରୁପ୍‌ ଓ କମ୍ପାନୀମାନେ ଚାଷ ଜମି ଲିଜ୍‌ରେ ନେଇ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ସାମିଲ ହୋଇପାରିବେ। ଏଥିପାଇଁ ଜମି ମାଲିକ ଓ ଭୂମିହୀନ ଚାଷୀଙ୍କ ମଧ୍ୟରେ ଲିଖିତ ଚୁକ୍ତି କରାଯିବ। ଲିଜ୍‌ ଏଗ୍ରିମେଣ୍ଟରେ ଆର୍‌ଆଇ, ସରପଞ୍ଚ ଓ ସ୍ଥାନୀୟ ବ୍ୟାଙ୍କ ଅଧିକାରୀ କିମ୍ବା ନୋଟାରୀଙ୍କ ମଧ୍ୟରୁ ଜଣଙ୍କ ଦ୍ୱାରା ଆଟେଷ୍ଟଡ୍‌ ହେବ।ସେହିପରି ଆଇନରେ ମୌଖିକ ବା ଓରାଲ୍‌ ଲିଜ୍‌ ବ୍ୟବସ୍ଥା ରହିଛି। ସେହି ଅନୁଯାୟୀ ରାଜସ୍ୱ ଅଧିକାରୀଙ୍କ ପାଖରେ ଆବେଦନ କରିବାକୁ ପଡ଼ିବ। ଗ୍ରାମସଭାରେ ଆଲୋଚନା କରାଯିବା ପରେ ଏହାକୁ ରାଜସ୍ୱ ଅଧିକାରୀଙ୍କ ମଞ୍ଜୁରୀ ମିଳିବା ଆବଶ୍ୟକ। ପ୍ରସ୍ତାବିତ ଆଇନ୍‌ରେ ଜମି ମାଲିକଙ୍କୁ ସୁରକ୍ଷା ଦେବା ପାଇଁ ଅନେକ ବ୍ୟବସ୍ଥା ରହିଛି। କୌଣସି ଲିଜ୍‌ ଏଗ୍ରିମେଣ୍ଟ ରେକର୍ଡ ଅଫ୍ ରାଇଟ୍ସରେ ଆସିବ ନାହିଁ।

Related Posts

About The Author

Add Comment