ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ – ପ୍ରଥମ ପର୍ଯ୍ୟାୟରେ ପାଇଲେ ୩.୫ ଲକ୍ଷ

Spread the love

କେନ୍ଦ୍ରାପଡ଼ା,୧୬/୨(ସନ୍ଧାନ ନିୟୁଜ) କାଳିଆ ଯୋଜନା ଆଜି ସାରା ଦେଶକୁ ବାଟ ଦେଖାଇଛି। ଏଥିରେ ଛୋଟ ଚାଷୀ, ଭୂମିହୀନ ଚାଷୀ, ଭାଗ ଚାଷୀ ସମସ୍ତଙ୍କ ପାଇଁ ବ୍ୟବସ୍ଥା ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡାରେ ଆୟୋଜିତ ଏକ ଚାଷୀ ସମାବେଶରେ ଭୂମିହୀନ ଚାଷୀମାନଙ୍କ ପାଇଁ କାଳିଆ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରି ଏହା କହିଛନ୍ତି।

ଚାଷୀମାନଙ୍କ ଅର୍ଥନୀତିକୁ ସୁଦୃଢ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା କାଳିଆ ଯୋଜନାରେ ଆଜି ଭୂମିହୀନ ଚାଷୀମାନଙ୍କୁ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩.୫୦ ଲକ୍ଷ ଭୂମିହୀନ ଚାଷୀ ସହାୟତା ପାଇଛନ୍ତି। ସମୁଦାୟ ୧୦ ଲକ୍ଷ ଭୂମିହୀନ ଚାଷୀ ଏହି ସହାୟତା ପାଇବେ। ପ୍ରତ୍ୟେକ ଭୂମିହୀନ ଚାଷୀ ଜୀବନଜୀବିକା ପାଇଁ ସମୁଦାୟ ୧୨, ୫୦୦ ଟଙ୍କା ଲେଖାଏଁ ସହାୟତା ପାଇବେ। ଆଜି ସେମାନେ ୫୦୦ ଟଙ୍କା ଲେଖାଏଁ ସହାୟତା ପାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ରାପଡା ବିଜୁ ବାବୁଙ୍କ କର୍ମଭୂମି। ତେଣୁ କେନ୍ଦ୍ରାପଡ଼ା ପ୍ରତି ମୋର ସ୍ଵତନ୍ତ୍ର ଭାବଗତ ସଂପର୍କ ରହିଛି। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ନିକଟରେ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଏକ ଯୋଜନା ଆରମ୍ଭ କରିଛନ୍ତି। କିନ୍ତୁ ସେଥିରେ ଭୂମିହୀନ ଚାଷୀଙ୍କ ପାଇଁ କିଛି ସୁବିଧା ନାହିଁ। ସେମାନଙ୍କୁ ସାମିଲ କରିବାପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲି। ଭୂମିହୀନ ଚାଷୀଙ୍କୁ ସାମିଲ କରିବାପାଇଁ ମୁଖ୍ୟମନ୍ତ୍ରୀ ପୁଣି ଥରେ ତାଙ୍କ ଦାବି ଦୋହରାଇଥିଲେ।

ସୂଚନାଯୋଗ୍ୟ ଯେ କାଳିଆ ଯୋଜନାରେ ପୂର୍ବରୁ ୧୨.୪୫ ଲକ୍ଷ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୫୦୦୦ ଟଙ୍କା ଲେଖାଏଁ ଜମା କରାଯାଇଛି।

Related Posts

About The Author

Add Comment