ଭୁବନେଶ୍ୱର, ୨୦/୦୪/୨୨ (ସନ୍ଧାନ ନିଉଜ) ଭୁବନେଶ୍ୱର ଲିଙ୍ଗିପୁର ଏଟିଏମ ତାଡି ନେଇ ଲୁଟ ଘଟଣା । ବାଙ୍ଗଲୋରରୁ ଏହି ଗ୍ୟାଙ୍ଗର ୨ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।
ତେବେ ଗତ ୪ ତାରିଖରେ ଭୁବନେଶ୍ୱର ଇନ୍ଦିରା କଲୋନୀରେ ଥିବା ଏଟିଏମକୁ ତାଡି ନେଇ ଦୟା ନଦୀରେ ଦୁବୃର୍ତ୍ତମାନେ ଫୋପାଡି ଦେଇଥିଲେ । ପୂରା ଏଟିଏମ ମେସିନକୁ ତାଡି ନେବା ଘଟଣା ଓଡିଶାରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଥିଲା ।
ପୂର୍ବରୁ ଏଭଳି ଘଟଣା ଦିଲ୍ଲୀରେ ଘଟିଥିବା ବେଳେ ପୋଲିସ ଏହି ଗ୍ୟାଙ୍ଗକୁ ଖୋଜୁଥିଲା । ତେବେ ଏହି ଲୁଟେରା ଗ୍ୟାଙ୍ଗର ସମସ୍ତ ସଦସ୍ୟ ବାଙ୍ଗାଦେଶୀ ବୋଲି ଜଣାପଡିଛି । ଏହି ଗ୍ୟାଙ୍ଗକୁ ଧରିବାକୁ କମିଶନରେଟ ପୋଲିସର ଏକ ଟିମ ବାଙ୍ଗାଲୋର ଯାଇଥିଲା । ସେଠାରେ ଚଢାଉ କରି ୨ ସଦସ୍ୟଙ୍କୁ ଗିରଫ କରିଛି ।