ଭୁବନେଶ୍ୱରରେ ମହାକିଲେ ନୃତ୍ୟଶିଳ୍ପୀ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଅମୃତା ଲୋପାମୁଦ୍ରା ଜନ୍ମଦିନରେ ୪୩ ୟୁନିଟ ରକ୍ତଦେଇ ପାଳିଲେ ଜନ୍ମଦିନ ବିଭିନ୍ନ ମହଲୁ ଭୂୟସୀ ପ୍ରସଂଶା।

Spread the love
କଟକ, ୨୬/୦୬/୨୦୨୧ (ସନ୍ଧାନ ନିଉଜ) : ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଅମୃତା ଲୋପାମୁଦ୍ରାଙ୍କ ୪୨ତମ ଜନ୍ମ ଦିବସ ଅବସରରେ ରକ୍ତଦାନ ଶିବିର ରାଜଧାନୀ ଡାକ୍ତରଖାନା ରକ୍ତଭଣ୍ଡାରରେ ଅନୁଷ୍ଠିତହୋଇ ୪୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରକୁ ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋଡ଼ର୍ ସଭାପତି ସଂଗ୍ରାମ ପାଇକରାୟ ଉଦଘାଟନ କରିଥିଲା ବେଳେ ରକ୍ତଭଣ୍ଡା ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ମିଶ୍ର ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ଐତିହ ସୁରକ୍ଷା ମଞ୍ଚର ସମ୍ପାଦକ ଚିତ ରଞ୍ଜନ ମହାନ୍ତି, ମିଶନ ରକ୍ତଦାନ ଅଭିଯାନର ଆବାହକ ନିରଞ୍ଜନ ପଟ୍ଟନାୟକ,ହରପ୍ରସାଦ ମହାପାତ୍ର,ଚନ୍ଦ୍ରକାନ୍ତ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ । ଏପରି ମହତ କାର୍ଯ୍ୟକରି ନିଆରା ଢଙ୍ଗରେ ଜନ୍ମଦିନ ପାଳନକୁ ସମସ୍ତ ମହଲରେ ଉଚ୍ଚ ପ୍ରସଂଶା କରାଯାଇଛି ।

Related Posts

About The Author

Add Comment