ଭୁବନେଶ୍ୱର, ୦୮/୦୫ (ସନ୍ଧାନ ନିଉଜ) ରାଜ୍ୟ ସରକାର ଅର୍ଡର ଦେଇଥିବା ଏକ ଲକ୍ଷ ଡୋଜ୍ କୋଭିସିଲ୍ଡ ଟୀକା ଆସି ପହଞ୍ଚିଛି ରାଜଧାନୀ ଭୁବନେଶ୍ୱରରେ । ପୁଣେ ସେରମ୍ ଇନଷ୍ଟିଟ୍ୟୁଟ୍ ରୁ ଏହି ଟୀକା ଆସି ଭୁବନେଶ୍ୱରରେ ପହଞ୍ଚିଛି । ୧୮ ରୁ ୪୪ ବର୍ଷ ବର୍ଗଙ୍କୁ ଏହି ଟୀକା ମାଗଣାରେ ଦେବା ପାଇଁ ଅର୍ଡର କରାଯାଇଥିଲା । ରାଜ୍ୟରେ ଏବେ ତୃତୀୟ ପର୍ଯ୍ୟାୟ ଟୀକାକରଣ ଜାରି ରହିଛି । ପୁରା ଦେଶ ସମତେ ରାଜ୍ୟରେ ମଧ୍ୟ ୧୮-୪୪ ବର୍ଷ ବର୍ଗଙ୍କ ଟୀକାକରଣ ଚାଲିଛି । ଏନେଇ ଅନଲାଇନ୍ ରେ ସ୍ଲଟ୍ ବୁକିଙ୍ଗ କରି ୧୮ ବର୍ଷରୁ ଉର୍ଦ୍ଧ୍ୱ ଲୋକ ମାନେ ଟୀକା ନେଉଛନ୍ତି । ଏପର୍ଯ୍ୟନ୍ତ କେବଳ କୋଭାକ୍ସିନ୍ ଟୀକା ଦିଆଯାଉଥିବା ବେଳେ ଆଜି ଆସି ୧ ଲକ୍ଷ ଡୋଜ୍ କୋଭିସିଲ୍ଡ ଟୀକା ପହଞ୍ଚିଛି ଯାହା ଆଗାମୀ ଦିନ ମାନଙ୍କରେ ଏହି ବର୍ଗଙ୍କୁ ଦିଆଯିବ ବୋଲି ସୂଚନା ରହିଛି ।
ଭୁବନେଶ୍ୱରରେ ପହଞ୍ଚିଲା ଏକ ଲକ୍ଷ ଡୋଜ୍ କୋଭିସିଲ୍ଡ୍ ଟୀକା
|
May 8, 2021 |
