ଭୁବନେଶ୍ୱରରୁ ସିକନ୍ଦରାବାଦ ଯାଉଥିବା ବିଶାଖା ଏକ୍ସପ୍ରେସର ଇଞ୍ଜିନ୍‌ ବଗିକୁ ଛାଡ଼ି ୧୦କିିମି ଦୌଡ଼ିଲା

Spread the love

ଶାଖାପଟନମ୍‌, ୨୦/୮ (ସନ୍ଧାନ ନିଉଜ) : ଆନ୍ଧ୍ରପ୍ରଦେଶରେ ଏକ ଟ୍ରେନ୍‌ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ବଗିକୁ ଅଧା ରାସ୍ତାରେ ଛାଡ଼ି ଟ୍ରେନ୍‌ ଇଞ୍ଜିନ ୧୦ କିମି ଆଗକୁ ଚାଲିଯିବା ଭଳି ଘଟଣା ସାମ୍ନାକୁ ଆସିଛି।

ଭୁବନେଶ୍ୱରରୁ ସିକନ୍ଦରାବାଦ ଯାଉଥିବା ବିଶାଖା ଏକ୍ସପ୍ରେସ ସହ ଏଭଳି ଘଟଣା ଘଟିଛି। ବିଶାଖା ଏକ୍ସପ୍ରେସ ବଗିକୁ ଛାଡ଼ି ୧୦କିମି ପର୍ଯ୍ୟନ୍ତ ଧାରଣାରେ ଦୌଡ଼ିଥିବା ଜଣାପଡ଼ିଛି। ରେଳବାଇ ଏହି ଘଟଣାପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏମିତି ଏକ ଘଟଣା ଗତ ସୋମବାର ଘଟିଥିଲା। ନର୍ସିପାଟନମ ଓ ଟୁନି ରେଳ ଷ୍ଟେସନ ମଧ୍ୟରେ ଯାତାୟାତ କରୁଥିବା ବେଳେ ହଠାତ ଇଞ୍ଜିନ ସହ ଲାଗିଥିବା ବଗି ଗୁଡ଼ିକ ଅଲଗା ହୋଇଯାଇଥିଲା। ତେବେ ଏହି ଟ୍ରେନ୍‌ରେ ବସିଥିବା ଯାତ୍ରୀମାନେ ଯେତେବେଳେ ଜାଣିବାକୁ ପାଇଲେ ତାଙ୍କ ଗାଡ଼ି ଆଗକୁ ଗଡୁ ନାହିଁ। ସେତେବେଳ କିଛି ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇ ଦେଖିଲା ବେଳକୁ ଟ୍ରେନ୍‌ ଇଞ୍ଜିନ୍‌ ହିଁ ସେଠାରୁ ଉଭେଇ ଯାଇଥିଲା। ଏହି ଖବର ପାଇବା ପରେ ଟ୍ରେନ୍‌ରେ ବସିଥିବା ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ତୁରନ୍ତ ଏଘଟଣା ସମ୍ପର୍କରେ ରେଳ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା।

ଏମିତି ଘଟଣା ଘଟିବା ପରେ ଅନେକ ସମୟ ପର୍ଯ୍ୟନ୍ତ ଏହି ପଥରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଟେକ୍‌ନିସିୟାନ୍‌ଙ୍କ ସାହାଯ୍ୟରେ ବଗିଗୁଡ଼ିକୁ ଟ୍ରେନ୍‌ ଇଞ୍ଜିନ ସହିତ ଯୋଡା ଯାଇଥିଲା। କିଛି ସମୟରେ ଟ୍ରେନ୍‌ ଟି ପୁଣି ଯାତ୍ରା ଆରମ୍ଭ କରିଥିଲା।

Related Posts

About The Author

Add Comment