ଭୁଜାଲିରେ ଆକ୍ରମଣ କରି ୧.୨୦ ଲକ୍ଷ ଲୁଟି ନେଲେ

Spread the love

ବେତନଟୀ, 28.11.2020 (ଲିଙ୍ଗରାଜ ପଣ୍ଡା): ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ବେତନଟୀ ବଜାରରୁ ଆଜି ସ୍ପଷ୍ଟ ଦିବାଲୋକରେ ଏକ କମ୍ପାନିର ଜଣେ ସେଲସ୍‌ମ୍ୟାନ୍‌ଙ୍କୁ ଭୁଜାଲିରେ ଆକ୍ରମଣ କରି ୩ ଜଣ ଲୁଟେରା ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ଏନେଇ ବେତନଟୀ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାର ଛାନ୍‌ ଭିନ୍ ଆରମ୍ଭ କରିଛି  ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି । | ସୂଚନା ଅନୁସାରେ, ହିନ୍ଦୁସ୍ତାନ ଲିଭର୍ କମ୍ପାନିର ଡିଷ୍ଟ୍ରିବ୍ୟୁଟର୍ ସଂସ୍ଥାର କର୍ମଚାରୀମାନେ ଏକ ଟ୍ରକ ଓଡି୦୧ଜେଡ୍ -୫୪୩୪)ଯୋଗେ ସାମଗ୍ରୀ ନେଇ ବେତନଟୀ ବଜାରର ହୋଲସେଲରମାନଙ୍କୁ ଦେବାକୁ ଆସିଥିଲେ । ଗାଡ଼ିରେ ଚାଳକ ବୈଶିଙ୍ଗା ଥାନା କଳମା ଗ୍ରାମର ରାମଚନ୍ଦ୍ର ଜେନା(୩୧)ଙ୍କ ସମେତ କର୍ମଚାରୀ ରାସଗୋବିନ୍ଦପୁର ଥାନା ଅସନଖାଲି ଗ୍ରାମର କାର୍ତ୍ତିକ ନାୟକ(୪୨), ବେତନଟୀ ବ୍ଲକ ବାଲୁକା ଗ୍ରାମର ଶିଶିର କୁମାର ସିଂହ(୪୩), ସେଲମ୍ୟାନ୍ ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ବରୁଣସିଂ ଗ୍ରମ ର ଗୋପୀନାଥ  ବେହେର।( ୨ ୩ ) ଆସି ଥିଲେ । ତେବେ  ଗୋପୀନାଥ ଗୋଟିଏ ହୋଲସେଲ୍ ଦୋକାନରେ ସାମ ଗୁ । ଦେ ଇ ଟଙ୍କା – କଲେକ୍ସନ କରିବା ପରେ , ଅନ୍ୟଏକ ଦୋକାନକୁ ଚାଲିଚାଲି ଯାଉଥିବା ସମୟରେ ହଠାତ୍ ଜଣେ ଲୁଟେରା ତାଙ୍କ  ଟଙ୍କା ବ୍ୟାଗକୁ ଛଡ଼ାଇବାକୁ ଉଦ୍ୟମ କରିଥିଲେ ମାତ୍ର ଗୋପୀନାଥ ବ୍ୟାଗ ନ ଛାଡ଼ିବାରୁ ଅନ୍ୟଜଣେ ଲୁଟେରା ତାଙ୍କୁ ଭୁଜାଲିରେ ଆକ୍ରମଣ କରି ଟଙ୍କା ବ୍ୟାଗ୍ ଛଡ଼ାଇ ନେଇଥିଲେ । ତୃତୀୟ ଲୁଟେରା ଜଣକ ଏକ ବାଇକ୍ ଧରି ପ୍ରସ୍ତୁତ ଥିବା ବେଳେ ଉଭୟ ସେଥିରେ ବସି ଫେରାର ହୋଇଯାଇଥିଲେ । ଭୁଜାଲି ଆକ୍ରମଣରେ ଗୋପିନାଥଙ୍କ ହାତରେ ଗଭୀର ଆଘାତ ଲାଗିଛି  ଘଟଣା ପରେ ହିନ୍ଦୁସ୍ତାନ ଲିଭର କମ୍ପାନିର ଡିଷ୍ଟ୍ରିବ୍ୟୁଟର ବେତନଟୀ ଥାନାରେ ପହଞ୍ଚି ଏତଲା ଦେଇଛନ୍ତି ପୁଲିସ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଥିବା ବେଳେ ସମସ୍ତ ଲୁଟେରାଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ଥିବା ଜଣାପଡ଼ିଛି ।

Related Posts

About The Author

Add Comment