ଜୟପୁର, ୧୩/୦୫ (ସନ୍ଧାନ ନିଉଜ) : ରାଜସ୍ଥାନରେ ପୁଣି ସାଂପ୍ରଦାୟିକ ଉତ୍ତେଜନା ହୋଇଥିବା ଦେଖାଯାଇଛି । ଭୀଲୱାରା ପରେ ହନୁମାନଗଢ଼ରେ ଉତ୍ତେଜନା ରହିଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ହନୁମାନଗଡ଼ରେ ବିଶ୍ୱ ହିନ୍ଦୁ ପରିଷଦର ସ୍ଥାନୀୟ ନେତାଙ୍କ ଉପରେ ଆକ୍ରମଣ ହୋଇଛି । ଏହା ପରେ ଉତ୍ତେଜନା ବଢ଼ିଛି । ଆକ୍ରମଣକୁ ବିରୋଧ କରୁଥିବା ପ୍ରଦର୍ଶନକାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଗୁରୁତର ଭିଏଚପି ନେତାଙ୍କୁ ବିକାନେର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଏବେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି ।
ହନୁମାନଗଡ଼ ଜିଲ୍ଲାର ନୋହରରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଏଠାରେ ବିଶ୍ୱ ହିନ୍ଦୁ ପରିଷଦର ନେତା ସତବୀର ସହାରଣଙ୍କୁ କିଛି ଯୁବକ ଆକ୍ରମଣ କରିଛନ୍ତି । ଗୁରୁତର ସତବୀରଙ୍କୁ ନୋହରରୁ ହନୁମାନଗଡ଼ ରେଫର କରାଯାଇଥିଲା । କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବିକାନେର ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣା ପରେ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହି ମାମଲା ନେଇ ଏସ୍ପି ଏକ ଭିଡିଓ ଜାରି କରିଛନ୍ତି । ଜିଲ୍ଲା କଲେକ୍ଟକର କହିଛନ୍ତି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।