ଭଦ୍ରକ,୨୫/୧୧ (ସନ୍ଧାନ ନିୟୁଜ) ଓଡ଼ିଶା ଭିନ୍ନକ୍ଷମ ମଞ୍ଚ ଭଦ୍ରକ ଶାଖା ପକ୍ଷରୁ ତ୍ରିଦିବସୀୟ ଚିନ୍ତନ ଚେତନା ବୈଠକ ମିଳନ ପେଲେସ ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୂର୍ବତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶିବରାମ ଧଳ ଓ ସମାଜସେବୀକା ଜୟନ୍ତୀ ମଣ୍ଡଳ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ଓ ସରକାରୀ ଯୋଜନା ସେମାନଙ୍କ ପାଖରେ କିପରି ପହଁଚିବ ସେ ସମ୍ପର୍କରେ ଆଲୋଚନା କରିଥିଲେ l ସଭାପତି ଚିନ୍ତାମଣି ରାଉତ, ବେଣୁଧର ପଣ୍ଡା, ବିଶ୍ଵପତି ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାର ବହୁ ଭିନ୍ନକ୍ଷମ ଯୋଗ ଦେଇଥିଲେ l
Report R Nayak